Monday , June 5 2023
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି – ୨୪ ଘଣ୍ଟାରେ ୧୭ ସଂକ୍ରମିତ ଚିହ୍ନଟ –  ସଂକ୍ରମଣ ସଂଖ୍ୟା ୭୩ ଛୁଇଁଲା

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି – ୨୪ ଘଣ୍ଟାରେ ୧୭ ସଂକ୍ରମିତ ଚିହ୍ନଟ –  ସଂକ୍ରମଣ ସଂଖ୍ୟା ୭୩ ଛୁଇଁଲା

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଙ୍କ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ କରୋନା ସ୍ଥିତି ନେଇ ସମୀକ୍ଷା ସୋମବାର

ଭୁବନେଶ୍ୱର,୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୩୨ଦିନ ପରେ ଏହା ଦୈନିକ ସର୍ବାଧିକ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି। ଗୁରୁବାର ରାଜ୍ୟରେ ୫୬୪୭ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା।

ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ରାଜ୍ୟରେ କରୋନାର ଚିନ୍ତାଜନକ ସ୍ଥିତି ନାହିଁ। ସବୁ ସଂକ୍ରମିତ ନମୁନା ଜିନମ୍ ସିକ୍ୱେନ୍ସିଂସିଂ ପାଇଁ ପଠାଇବାକୁ ସମସ୍ତ ଜିଲାକୁ ନିର୍ଦେଶ ଦିଆଯାଇଛି। ସର୍ବେକ୍ଷଣ ବଢ଼ାଇବାକୁ ମଧ୍ୟ କୁହାଯାଇଛି। ଏବେ ଜଣେ ମାତ୍ର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେଣୁ ଆତଙ୍କିଙ୍କିତ ହେବାର କୌଣସି କାରଣ ନାହିଁ। ସଚେତନ ରହିବା ସହିତ ଲକ୍ଷଣ ଦେଖାଦେଲେ ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ରହିଛି। ଯାହାକୁ ନେଇ ଗତ ବୁଧବାର ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଥିଲେ। ଆସନ୍ତା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ କରୋନା ସ୍ଥିତି ନେଇ ସମୀକ୍ଷା କରିବେ। କରୋନା ନେଇ ଯଦି କୌଣସି ନିର୍ଦେଶନାମା ଆସେ ସେହି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ରାଜ୍ୟରେ ବର୍ତ୍ତମାନ ଉଦବେଗଜନକ ସ୍ଥିତି ନାହିଁ। ଆଗୁଆ ପ୍ରସ୍ତୁତିଭାବେ ସବୁ ଚିକିତ୍ସାଳୟରେ ଏକାନ୍ତ ଚିକିତ୍ସା, ସ୍ବତନ୍ତ୍ର ପ୍ରଯତ୍ନ ବିଭାଗ (ଆଇସିୟୁ) ଶଯ୍ୟା ପ୍ରସ୍ତୁତ ରଖାଯାଇଛି।

Leave a Reply

Your email address will not be published.