ଜୁନାଗଡ଼,, ୨୫/୦୩/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ସହରରେ ଦିନକୁ ଦିନ ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦୃଷ୍ଟି ରଖି ଜୁନାଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଶନିବାର ଜୁନାଗଡ଼ ସହର ମଧ୍ୟରେ ଜୁନାଗଡ଼ ପୁଲିସ ଦ୍ୱାରା ମୋଟର ସାଇକେଲ ଚେକିଂ କରାଯାଉଥିବା ବେଳେ ତିନି ଜଣ ମଦ୍ୟପ ମୋଟର ସାଇକେଲ ଚାଳକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଗରିଫ ଅଭିଯୁକ୍ତମାନେ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ଜୁନାଗଡ଼ ବଜାର ପଡାର ୩୪ ବର୍ଷୀୟ ଅଭିମନ୍ୟୁ ସେଠି ଏବଂ କେନ୍ଦୁପାଟୀ ଗ୍ରାମର ୨୪ ବର୍ଷୀୟ କିଶନ ବିଶ୍ୱାଳ ଓ ୫୧ ବର୍ଷୀୟ ମନୋଜ ବିଶ୍ୱାଳ। ଏମାନେ ମଦ ପିଇ ବାଇକ ଚାଳନା କରୁଥିବାରୁ, ସେମାନଙ୍କ ମୋଟର ସାଇକେଲଗୁଡିକୁ ମଧ୍ୟ ଜବତ କରାଯାଇଛି । ଏହି ଚେକିଂରେ ଜୁନାଗଡ଼ ପୁଲିସ ସବ ଇନିସ୍ପେକ୍ଟର ବିଜୟ ବସନ୍ତ ବିଶ୍ୱାଳ, ଏ. ଏସ. ଆଇ ମୁରଲୀ ମୋହନ ପୀଡ଼ିକା, ହୋମଗାର୍ଡ ନବୀନ ବାଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜୁନାଗଡ଼ ପୁଲିସ ଆଜି କେଶ ନଂ ୧୨୫, ୧୨୬,୧୨୭ରେ କେଶ ରୁଜୁ କରି ଅଭିଯୁକ୍ତ ୩ ଜଣଙ୍କୁ ଆଇ.ପି. ସି ଧାରା ୨୭୯ ଓ ମୋଟର ଭେଇକଲ ଆକ୍ଟ ୧୮୫ ଅନୁଯାଇ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।