ଖୋର୍ଦ୍ଧା,୨୫/୩/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ସ୍ଥିତ ବାବା କପିଳେଶ୍ୱର ସେବା ସମିତି ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ କେକ ବଣ୍ଟନ କରାଯାଇଛି। ଚଳିତ ମାସରେ ଛାତ୍ର ଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ସରିଛି।ପିଲାମାନେ ପରୀକ୍ଷା ଯୋଗୁ ଚାପଗ୍ରସ୍ତ ଥିବା ଓ ସେମାନଙ୍କ ମାନସିକ ଚାପକୁ ହ୍ରାସ କରିବା ପାଇଁ ବାବା କପିଳେଶ୍ଵର ସେବା ସମିତି ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ପରୀକ୍ଷା ଦେଇଥିବା ପ୍ରଥମରୁ ସପ୍ତମ ପର୍ୟ୍ୟନ୍ତ ସମସ୍ତ ଛାତ୍ର-ଛାତ୍ରୀ ଓ ଅଙ୍ଗନବାଡି ର କୁନିକୁନି ପିଲାଙ୍କୁ ଆଜି ସମିତି ପକ୍ଷରୁ ୧୦ କେଜି ଓଜନ ର କେକ ବଣ୍ଟନ କରାଯାଇଛି ।ଏହି କାର୍ୟ୍ୟକ୍ରମ ରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ର କୁନି କୁନି ପିଲାମାନଙ୍କୁ କେକ ବଣ୍ଟନ କରାଯାଇଥିଲା ।ସମିତିର ମୁଖ୍ୟ ରଞ୍ଜନ କୁମାର ଦାଶ ଙ୍କ ନେତୃତ୍ବରେ ଏହି କାର୍ୟ୍ୟକ୍ରମ କରାଯାଇଥିବା ବେଳେ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସଂଯୁକ୍ତା ମିଶ୍ର କୁନି କୁନି ପିଲାମାନଙ୍କୁ ଶୃଂଖଳା ର ସହ କେକ ବଣ୍ଟନରେ ସହଯୋଗ କରିଥିଲେ।ସମିତିର ଏହି ନିଆରା କାର୍ୟ୍ୟକ୍ରମ କୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି।