Monday , June 5 2023
Breaking News
Home / ବିଶେଷ / ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ଚତୁର୍ଥ ଦିବସରେ ମା’ ବନଦୁର୍ଗା ଙ୍କ କୁଷ୍ମାଣ୍ଡା ବେଶ

ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ଚତୁର୍ଥ ଦିବସରେ ମା’ ବନଦୁର୍ଗା ଙ୍କ କୁଷ୍ମାଣ୍ଡା ବେଶ

ଖୋର୍ଦ୍ଧା, ୨୫/୦୩/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ଚତୁର୍ଥ ଦିବସରେ ମା କୁଷ୍ମାଣ୍ଡା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ”ବନ୍ଦେ ବାଞ୍ଛିତ କାମାର୍ଥେ ଚନ୍ଦ୍ରାର୍ଧକୃତ ଶେଖରାମ୍ ।। ଅନାହତ ସ୍ଥିତାଂ କୁଷ୍ମାଣ୍ଡା ଚତୁର୍ଥ ସିଂହ ବାହିନୀମ୍॥” ସକାଳୁ ମଙ୍ଗଳ ଆଳତି, ବାଳଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତୀ ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ମା କୁଷ୍ମାଣ୍ଡା ଙ୍କୁ ଆରାଧନା କଲେ ସକଳ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ । ପୂଜକ ଡଃ କୃପାସିନ୍ଧୁ ପଣ୍ଡା ଓ ଗ୍ରାମର ବହୁ ଭକ୍ତମାନେ ଉପସ୍ଥିତ ରହି ଭଜନ କୀର୍ତନ, ହରିବୋଲ ହୁଳହୁଳି ଶବ୍ଦରେ ଆଧ୍ୟାତ୍ମିକ ପରିବେଶରେ ମା’ଙ୍କ  କୃପା ଲାଭ କରିଥିଲେ।

Leave a Reply

Your email address will not be published.