କଟକ, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ଫଳ ପ୍ରକାଶ ପାଇଛି । ଧରଣୀଧର ନାୟକ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଚିତ୍ତରଂଜନ ସ୍ୱାଇଁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ଉପ ସଭାପତି ଭାବେ ବିଦ୍ୟାଧର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଦେବାଶିଷ ନନ୍ଦ, ସହ ସମ୍ପାଦକ ଭାବେ ଦେବାଶିଷ ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ଆଇନଜୀବୀଙ୍କ ବିଭିନ୍ନ ମୁଖ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଧରଣୀଧର ନାୟକ କହିଛନ୍ତି ।