କଟକ, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ନିଷ୍ଠା ଓ ତ୍ୟାଗ ପାଇଁ ବିଜୁ ଜନତାଦଳ ପକ୍ଷରୁ ଡ. ବ୍ୟୋମକେଶ କାନୁନଗୋଙ୍କୁ କଟକ ନଗର ବିଜେଡି କମିଟିର ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯିବା ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ, ଜିଲା ସଭାପତି ଦେବାଶିଷ ସାମନ୍ତରାୟ, ନଗର ସଭାପତି ମଧୁସୁଦନ ସାହୁଙ୍କ ସମେତ ଦଳୀୟ ସମସ୍ତ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇବା ସହ ଶୃଙ୍ଖଳିତ କର୍ମୀଭାବେ ସଦା ସର୍ବଦା ଦଳ ପାଇଁ କାର୍ଯ୍ୟ କରିବା ଓ ଦଳର ସଫଳତାକୁ ଶୀର୍ଷ ସ୍ଥାନରେ ପହଂଚାଇବା ତାଙ୍କର ପ୍ରଥମ ପ୍ରାଥମିକତା ରହିବ ବୋଲି ନବ ନିଯୁକ୍ତ ବିଜେଡି ନଗର କମିଟିର ସମ୍ପାଦକ ଡଃ କାନୁନଗୋ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।