Monday , June 5 2023
Breaking News
Home / କ୍ରୀଡ଼ା / ଗରଦପୁର ସମବାୟ ସମିତି ରେ ବ୍ୟାଙ୍କି ସେବା ଓ ଋଣ କର୍ମଶାଳା  

ଗରଦପୁର ସମବାୟ ସମିତି ରେ ବ୍ୟାଙ୍କି ସେବା ଓ ଋଣ କର୍ମଶାଳା  

ଗରଦପୁର, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କି ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ସମବାୟ ସମିତି ର ସଭାପତି ରଂଜିତ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ପାଟକୁରା ସମବାୟ ବ୍ୟାଙ୍କ ର ଶାଖା ପରିଚାଳକ ସୁଶୋଭନ ନାୟକ ଯୋଗଦେଇ ସମବାୟ ବ୍ୟାଙ୍କ ସେବା ସହିତ ଚାଷୀ କିଭଳି ଚାଷ ଋଣ ନେଇ ପାରିବେ ଓ ପରଷୋଧ କରିବେ ସେ ନେଇ ଆଲୋଚନା କରିଥିଲେ । ଏହାଛଡ଼ା ସରକାରଙ୍କ ବିଚାରଧାରାକୁ ଦୃଷ୍ଟି ରେ ରଖି ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ୩ ଲକ୍ଷ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା ସ୍ଥିର କରାଯାଇଛି । ତେଣୁ ସଚେତନତା ଶିବିର ଅନୁଷ୍ଠିତ କରି ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ କିଭଳି ଋଣ ପ୍ରଦାନ କରାଯାଇ ପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଏହାଛଡ଼ା ସମିତିକୁ କମ୍ପ୍ୟୁଟିକରଣ ସହ ମିନି ବ୍ୟାଙ୍କ ସ୍ଥାପନ ପାଇଁ ମଧ୍ୟ ଦାବି କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ଶୈଳେନ୍ଦ୍ର କୁମାର ମହାନ୍ତି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ , ବଳରାମ ନାୟକ, ମଳୟ ସ୍ୱାଇଁ ଙ୍କ ସମେତ ସମିତି ସଦସ୍ୟ ଭରତ ଚନ୍ଦ୍ର ମଲିକ,ଶରତ ଚନ୍ଦ୍ର ପରିଡ଼ା,ନନ୍ଦନ କାପ ,କସୁମ ମହାପାତ୍ର, ଗଜେନ୍ଦ୍ର ନାୟକ , ପ୍ରକାଶ କୁମାର ପାଲ, ପ୍ରଭାକର ଜେନା , ଅଶୋକ ସାମନ୍ତରାୟ,ଗଣେଷ ଦାସ, ଜବାହାରଲାଲ ସାମଲ,ଶତୃଘନ ସାହୁ,ବାସୁଦେବ ପଣ୍ଡା,ସବିତା ସାହୁ, ବର୍ଷାରାଣୀ ବାରିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥି ସହିତ ଶିବ ପ୍ରସାଦ ପଣ୍ଡା , ପଂଚେଇ ଭୋଇ , ନୀଳମଣି ବେହେରା , ବାବୁରାମ ପରିଡ଼ା , ସୁକାନ୍ତ ପତି , ସୁକାନ୍ତ ସାହୁ , ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ଚାଷୀ ମଧ୍ୟ ଉପସ୍ଥିତ ଥିଲେ ।    ସମିତି ର ସମ୍ପାଦକ ଜ୍ୟୋତିରଂଜନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.