Monday , June 5 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଗନ୍ଧମାର୍ଦ୍ଧନ ପର୍ବତକୁ ମିଳିଲା ଐତିହ୍ୟସ୍ଥଳ ମାନ୍ୟତା

ଗନ୍ଧମାର୍ଦ୍ଧନ ପର୍ବତକୁ ମିଳିଲା ଐତିହ୍ୟସ୍ଥଳ ମାନ୍ୟତା

ଭୁବନେଶ୍ୱର, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)-ଗନ୍ଧମାର୍ଦ୍ଧନ ପର୍ବତକୁ ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା ମିଳିଲା । ବଲାଙ୍ଗିର ଓ ବରଗଡ଼ ଜିଲାରେ ପରିବ୍ୟାପ୍ତ ଥିବା ଗନ୍ଧମାର୍ଦ୍ଧନ ପର୍ବତକୁ ମିଳିଲା ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା ହୋଇଛିା ଏହି ଐତିହ୍ୟ ପାହାଡ଼ରେ ପ୍ରଚୁର ପରିମାଣର ଔଷଧୀୟ ବୃକ୍ଷ ରହିଛି । କାହିଁ କେଉଁ କାଳରୁ ଏହି ପାହାଡ଼ରେ ଆୟୁବୈଦିକ ଔଷଧୀୟ ଗଛ ସହ ବହୁ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ରହିଛି । ଏଥିରେ ୧୦୫୫ ପ୍ରଜାତିର ବୃକ୍ଷଲତା ଓ ୫୦୦ ପ୍ରକାରର ପ୍ରାଣୀ ଥିବା ଜଣାପଡ଼ିଛି । ୧୦୫୫ ପ୍ରଜାତିର ବୃକ୍ଷ ମଧ୍ୟରେ ୮୪୯ ପ୍ରକାର ଫୁଲ ଗଛର ସନ୍ଧାନ ମଳିଥିବାବେଳେ ଏଥରେ ବୁଦା ଜାତୀୟ ଗଛ, ଗୁଳ୍ମ ଓ ବିଭିନ୍ନ ପ୍ରକାର ଲତା ସମେତ ପ୍ରାୟ ୩୦୦ ପ୍ରକାର ଔଷଧୀୟ ଗଛ ଥିବା ଜଣାପଡ଼ିଛି ।

 

Leave a Reply

Your email address will not be published.