Monday , June 5 2023
Breaking News
Home / ବିଶେଷ / କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଯାଜପୁର ଜିଲା ଗସ୍ତ କାର୍ଯ୍ୟକ୍ରମ

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଯାଜପୁର ଜିଲା ଗସ୍ତ କାର୍ଯ୍ୟକ୍ରମ

ଯାଜପୁର, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ଭାରତର ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଯାଜପୁର ଜିଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ଜିଲା ପ୍ରଦକ୍ଷଣ ଭବନ ଠାରେ ପହଂଚିବା ପରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।  ପ୍ରଦକ୍ଷଣ ଭବନ ଠାରେ ଜିଲାପାଳ ଶ୍ରୀ ରାଠୋର ମାନ୍ୟବର ମନ୍ତ୍ରୀଙ୍କୁ ଜିଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ୱନ୍ଧରେ ଅବଗତ କରାଇଥିଲେ ।

            ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ  ଅର୍ଜୁନ ମୁଣ୍ଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ଏବଂ ଜିଲାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜନଜାତି ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଗ୍ରଣୀ କାର୍ଯ୍ୟକ୍ରମ ସମ୍ୱନ୍ଧରେ ସମୀକ୍ଷା କରିଥିଲେ ।  ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ପାୱାର ପଏଣ୍ଟ ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଜନଜାତି ବହୁଳ ଦାନଗଦୀ ଓ ସୁକିନ୍ଦା ବ୍ଳ୍କରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା ମିଶନ କାର୍ଯ୍ୟକ୍ରମ, ଦୀନ୍ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା, ଜଳସେଚନ, କୃଷି, ମାତୃ ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ, ଶିଶୁ ମାତୃ ପୁଷ୍ଟିବର୍ଦ୍ଧକ କାର୍ଯ୍ୟକ୍ରମ, ବିଶୁଦ୍ଧ ପାନୀୟ ଜଳ, ପରିବେଶ ପ୍ରଦୁଷଣ ମୁକ୍ତ, ଜଳଚ୍ଥାୟା ପ୍ରକଳ୍ପ, ସମନ୍ୱିତ କୃଷି, ସୁଷମ ବଣ୍ଟନ ବ୍ୟବସ୍ଥାରେ ରେସନ କାର୍ଡ ଯୋଗାଣ, ଅନ୍ତଦ୍ୱୟ ଅନ୍ନପୂର୍ଣ୍ଣା ଯୋଜନା, ଟସର ପ୍ରକଳ୍ପ ଏବଂ ଆତ୍ମ ନିଯୁକ୍ତି ଆଦି ଅଗ୍ରଗତି ଯୋଜନାର ସପଂଳ ରୂପାୟନ ଦିଗରେ ଉପସ୍ଥାପନ କରିଥିଲେ ।

            ଜିଲାରେ  ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଶତକଡା ୯୫ ଭାଗ ସପଂଳତା ହୋଇଥିବାରୁ ଏବଂ ଜିଲାର ଦୁଇଜଣ ମହିଳା ସଲିଳା ଯେନା ଓ ବିଷ୍ଣୁପ୍ରିୟା ମହାକୁଡ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଛ ସୁଜଳ ଶକ୍ତି ସମ୍ମାନ ପାଇଥିବାରୁ ମାନ୍ୟବର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ   କରିଥିଲେ ।

            ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଶ୍ରୀ ସଚିନ ସୈାରଭ, ଏ.ପି.ଏସ୍. ଶ୍ରୀ ସନ୍ଦିପ ମୁଖାର୍ଜୀ, ବ୍ୟକ୍ତିଗତ ସହାୟକ ଶ୍ରୀ ସୁଧାକର ଚୈାଧୁରୀ, ଅତିରିକ୍ତ ଜିଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିିରିକ୍ତ ଜିଲାପାଳ (ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଶ୍ରୀ ଅଶୋକ କୁମାର ବେଉରିଆ, ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ଜିଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉକ୍ତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।  ପରେ ମାନ୍ୟବର ମନ୍ତ୍ରୀ ବିଂଝାରପୁର ବ୍ଳକ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ ।  ଆସନ୍ତା କାଲି ମାନ୍ୟବର ମନ୍ତ୍ରୀ ସୁକିନ୍ଦା, ବରୁଣ୍ଡେଇ, ବରୀ, ରତ୍ନଗିରି ଆଦି କ୍ଷେତ୍ର ପରିଦର୍ଶନର କାର୍ଯ୍ୟକ୍ରମ ଥିବାବେଳେ ପ୍ରଧାନ ମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନୂଆ ଦିଲ୍ଳ୍ୀ ପେଂରିଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published.