Monday , June 5 2023
Breaking News
Home / ତାଜା ଖବର / କନେଷ୍ଟବଳ ନିଯୁକ୍ତି ରାଲି ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ପରୀକ୍ଷାର୍ଥୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କନେଷ୍ଟବଳ ନିଯୁକ୍ତି ରାଲି ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ପରୀକ୍ଷାର୍ଥୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ କନେଷ୍ଟବଳ ନିଯୁକ୍ତି ରାଲି ବେଳେ ଚାଲିଥିବା ଶାରୀରିକ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏମ୍କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ସଂଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ଜଣକ ରାୟଗଡ଼ା ଜିଲ୍ଲା ଆମ୍ବାଦଳା ଥାନା ଜଗଦଳପୁର ଗ୍ରାମର ହରିଶ୍ଚନ୍ଦ୍ର କୋଶଲିଆ(୨୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏ ନେଇ ବଡ଼ ଡାକ୍ତରଖାନା ଫାଣ୍ଡିରେ କେସ୍ ନମ୍ବର ୧୫୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published.