ଗରଦପୁର, ୨୫/୦୩/୨୦୨୩ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଆନୁକୂଲ୍ୟରେ ଆପଦ ମିତ୍ର ସ୍ୱେଛାସେବୀ ମାନଙ୍କର ତାଲିମ ଶିବିର ଗରଦପୁର ବ୍ଲକ୍ କଳାବୁଦାସ୍ଥିତ ମହାଲକ୍ଷ୍ମୀ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଜିଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ସହାୟତାରେ ୧୨ ଦିନ ଧରି ହେବାକୁ ଥିବା ତାଲିମ ଶିବିର କୁ ସୃଜନୀ ସଂଗଠନ ପରିଚାଳନା କରିଥିଲେ । ଏହି ତାଲିମ ଶିବିରକୁ ସ୍ଥାନୀୟ ସରପଂଚ ପ୍ରଜ୍ଞା ପ୍ରିୟଦର୍ଶିନୀ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସୃଜନୀ କେନ୍ଦ୍ରାପଡ଼ା ର ସଭାପତି ନୀରଂଜନ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ସହିତ ଆପଦ ମିତ୍ର କର୍ମଶାଳାର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଜିଲା ଜରୁରୀ କାଳିନ ସମନ୍ୱୟ ଅଧିକାରୀ ସନ୍ତୋଷ ବେଉରା ବିପର୍ଯ୍ୟୟ ସମୟରେ ସରକାରୀ ତ୍ୱରିତ କାର୍ଯ୍ୟବାହିନୀ ପହଂଚିବା ପୂର୍ବରୁ ସେହି ଅଂଚଳର ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ତାଲିମ ଦେଇ ଏକ ତ୍ୱରିତ କାର୍ଯ୍ୟକାରୀ ବାହିନୀ ଗଠନ କରିବା ଏହି ତାଲିମ ର ମୁଖ୍ୟ ଲକ୍ଷ ବୋଲି ଦର୍ଶାଇଥିଲେ । ଶୂନ୍ୟ ଜୀବନ ହାନି ର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡ଼ା, ମାର୍ଶାଘାଇ , ଗରଦପୁର ବ୍ଲକ୍ ର ମୋଟ ୫୦ ଜଣ ସ୍ୱେଛାସେବୀ ଏହି ଶିବିରରେ ତାଲିମ ନେଉଛନ୍ତି । ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟ ବାହିନୀ , ଅଗ୍ନୀଶମ ବାହିନୀ ,ଜାତୀୟ ପ୍ରତିରକ୍ଷା ବାହିନୀ ତରଫରୁ ସୂର୍ଯ୍ୟକାନ୍ତ ମହାନ୍ତି, ସରୋଜ କୁମାର ବେହେରା, ପ୍ରଦୀପ ପ୍ରଧାନ , ଲୋକନାଥ ମହାରଣା, ଶ୍ରୀନୀବାସ ପ୍ରଧାନ , ପ୍ରଭାତ ପଲେଇ ପ୍ରଶିକ୍ଷକ ଭାବରେ ଶିବିରରେ ଯୋଗ ଦେଇଛନ୍ତି । ସୃଜନୀ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ ସ୍ମୃତିରଂଜନ ମହାନ୍ତି ଶିବିରକୁ ପରିଚାଳନା କରୁଥିବାବେଳେ ସଂଯୋଜକ ତ୍ରିଲୋଚନ ବିଶ୍ୱାଳ , ଅଶୋକ ସ୍ୱାଇଁ, ଯାଜ୍ଞସେନୀ କାନୁନଗୋ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି ।