ଭୁବନେଶ୍ୱର,୨୫/୩/୨୦୨୩ ( ଓଡ଼ିଶା ସମାଚାର )- ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଆଇ ଆର ସି ଭିଲେଜରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ୟ୍ୟକ୍ରମ ଓ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ସମିତି ର ମୁଖ୍ୟ ଡାକ୍ତର ସୁମନ ସୁନ୍ଦର ରାୟ କହିଥିଲେ ଯେ ଯକ୍ଷ୍ମା ବାୟୁ ବାହକ, ଯେହେତୁ ଏହା ବର୍ଷ ବୟସ, ଲିଙ୍ଗ ଏପରିକି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ହୋଇପାରେ ତେଣୁ ଆମେ ସମସ୍ତେ ହାତ ମିଶାଇ ଏହି କାର୍ୟ୍ୟକ୍ରମ କୁ ସଫଳ କରି ଆମ ଜିଲ୍ଲା ରୁ ଟିବି ରୋଗ କୁ ଦୂର କରିବାରେ ସକ୍ଷମ ହେବା । ପଟିଆ ଟିୟୁ ତରଫରୁ ପୁଷ୍ପିତା ପଟ୍ଟନାୟକ ଟିବି କେମିତି ବ୍ୟାପେ,ଏହାର ଲକ୍ଷଣ କଣ କଣ,ଏହାର ପ୍ରତିକାର କିପରି କରାଯାଇପାରିବ ସେ ଉପରେ ବିଶଦ ଭାବରେ ବର୍ଣ୍ଣନା କରି ବୁଝାଇଥିଲେ । ଭୁବନେଶ୍ୱର ମହାନଗର ନିଗମର ତିନି ଜଣ କର୍ପୋରେଟର ଉପସ୍ଥିତ ରହି ତାଙ୍କର ସହଯୋଗ ରହିବ ବୋଲି ମତ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ମାନସିକ ରୋଗ ଉପରେ ଡାକ୍ତର ତାଙ୍କ ମତାମତ ରଖିଥିଲେ ।
ଏହି କାର୍ୟ୍ୟକ୍ରମ ରେ ଡାକ୍ତର ସୁମନ ସୁନ୍ଦରାୟ, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଭୁବନେଶ୍ୱର, ଡାକ୍ତର ଏମ ଏସ ସମଦ ଖାନ୍,ଶ୍ରୀ ଗୁରୁ ଚରଣ ମନ୍ତ୍ରୀ, ସ୍ୱାସ୍ଥ୍ୟ ଅଧିକାରୀ, ପଟିଆ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପୁଷ୍ପିତା ପଟନାୟକ, ସାଗରୀକା ରଥ, ରିଚ ଅନୁଷ୍ଠାନ ତରଫରୁ ଡାକ୍ତର ରୀତା ସାହୁ, ଅପରେସନ ଆଶା ତରଫରୁ ତପନ କୁମାର, ଏଚ.ଏଲ.ଏଫ.ପି.ପି.ଟି ତରଫରୁ ରଶ୍ମି ରଞ୍ଜନ ମହାନ୍ତି ଏବଂ କଳିଙ୍ଗ ଟିବି ସରଭାଇବର ଜିଲ୍ଲା ସଂଯୋଜିକା ଏସ୍ ପୂଜା ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ।ଏକ ଶହରୁ ଉର୍ଦ୍ଧ ଅଂଶ ଗ୍ରହଣକାରି ଏହି କାର୍ୟ୍ୟକ୍ରମ ରେ ଯୋଗ ଦାନ କରି ଥିଲେ ।