ଭୁବନ ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ବାଲିବୋ ଅଂଚଳର ଯୁବ ସାମ୍ବାଦିକ ରବିନ ଦାସ ମାଫିଆ ଙ୍କ ଚକ୍ରାନ୍ତର ଶୀକାର ହୋଇ ଗତ ୭ ତାରିଖ ଦୋଳ ପୂର୍ଣ୍ଣମୀ ଦିନ ଭୁବନ ପୋଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଯଇଥିଲେ । ଦୀର୍ଘ ୧୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି । ରବିନ ଙ୍କୁ ସ୍ୱାଗତ କରିବା ପାଇଁ ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଂଜନ ନନ୍ଦ , ସଂଗଠନ ସଂପାଦକ ସଂଜୟ କୁମାର ନାଏକ , ସଭ୍ୟ ମାତାଜୀ ସାହୁ ପ୍ରମୁଖ କାମାକ୍ଷାନଗର ଉପକାରାଗାର କୁ ଯାଇ ସାମ୍ବାଦିକ ଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଆଣିଥିଲେ ।