କେନ୍ଦ୍ରାପଡ଼ା, ୨୪/୦୩/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେତେକ ଭିନ୍ନକ୍ଷମଙ୍କୁ ସେମାନଙ୍କ ଚଳାଚଳ ପାଇଁ ତିନିଚକିଆ ସ୍କୁଟି ପ୍ରଦାନ କରିଛନ୍ତି । ଭୁବନେଶ୍ୱର ପୋଖରୀପୁଟସ୍ଥିତ ଏହି ବିଭାଗ ପରିସରରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟର ୪୮ଜଣଙ୍କୁ ଏହି ସ୍କୁଟି ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡା ଜିଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ-ଇନ୍ଦୁପୁର ଗ୍ରାମର ନୀଳମଣି ସୂତାରଙ୍କ ପୁଅ ନକୁଳ ସୂତାର(୭୫ଭାଗ ଭିନ୍ନକ୍ଷମ) ଓ ରାଜନଗର ବ୍ଲକ ଅନ୍ତର୍ଗତ ବଳରାମ ବାରିକଙ୍କ ଝିଅ ମିନତି ବାରିକ(୮୦ ଭାଗ ଭିନ୍ନକ୍ଷମ)ଙ୍କୁ ଗୋଟିଏ କରି ଦୁଇଟି ତିନିଚକିଆ ସ୍କୁଟି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ବିଭାଗୀୟ ସଚିବ ଓ ନିର୍ଦ୍ଧେଶକ ପ୍ରମୁଖ ଉପସ୍ଥିତ ଥିଲେ ।