Monday , June 5 2023
Breaking News
Home / ରାଜନୀତି / ମାଜବାଦୀ ପାର୍ଟି ପକ୍ଷରୁ ଡକ୍ଟର ଲୋହିଆଙ୍କ ଜୟନ୍ତୀ ଓ ଭଗତସିଂଙ୍କ ଫାଶୀ ଦିବସ ପାଳିତ

ମାଜବାଦୀ ପାର୍ଟି ପକ୍ଷରୁ ଡକ୍ଟର ଲୋହିଆଙ୍କ ଜୟନ୍ତୀ ଓ ଭଗତସିଂଙ୍କ ଫାଶୀ ଦିବସ ପାଳିତ

ଭୁବନେଶ୍ୱର,୨୩/୦୩/୨୦୨୩ (ଓଡ଼ିଶା ସମାଚାର)-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସପ୍ତକ୍ରାନ୍ତିର ଜନକ ମହାନ୍ ସମାଜବାଦୀ ନେତା ଡକ୍ଟର ରାମମନୋହର ଲୋହିଆଙ୍କ ୧୧୩ତମ ଜୟନ୍ତୀ ଓ କ୍ରାନ୍ତିକାରୀ ଅଗ୍ନିସ୍ଫୁଲିଙ୍ଗ ଅମର ସହିଦ ଭଗତ ସିଂଙ୍କର ସ୍ମୃତି ଦିବସ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ରବି ବେହେରାଙ୍କ ଆହ୍ୱାନ କ୍ରମେ ପାଳନ ହୋଇଯାଇଅଛି  । ଉକ୍ତ ଉତ୍ସବରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ତାଙ୍କ ସ୍ମୃତିଚାରଣ କରି କହିଥିଲେ ଡକ୍ଟର ରାମ ମନୋହର ଲୋହିଆଙ୍କ ସମାଜବାଦୀ ଓ ସପ୍ତକ୍ରାନ୍ତି ବିଚାରଧାରାକୁ ପାଥେୟ କରି ଆମ୍ଭେମାନେ ତଥା ଦେଶର ଛାତ୍ର ଯୁବକ ଆଦର୍ଶ ଭାବରେ ଗ୍ରହଣ କରି ସଂଗ୍ରାମ ଜାରି ରଖିଲେ ଦେଶରେ ଶିକ୍ଷା ଚିକିତ୍ସାରେ ଅବହେଳା ରହିବ ନାହିଁ  । ତାଙ୍କର ସ୍ଲୋଗାନ ଥିଲା “ରୁଟି କପଡ଼ା ଶସ୍ତି ହୋଗୀ, ପଢାଇ ଦବାଇ ମୁଫ୍ତି ହୋଗୀ”  । ଏହାହିଁ ସ୍ୱାଧୀନ ଭାରତର ପ୍ରଥମ ନୀତି ହେବା ଉଚିତ୍  । ଡକ୍ଟର ଲୋହିଆଙ୍କର ସମାଜବାଦୀ ବିଚାରଧାରାରେ ବ୍ରତୀ ହେଲେ ସମାଜ ଏକ ଶୋଷଣ ମୁକ୍ତ ସମାଜ ହୋଇପାରିବ  । ଅନ୍ୟପକ୍ଷରେ ବୀର ଅମର ସହିଦ ଭଗତ ସିଂ ଫିରିଙ୍ଗ ଶାସନ ବିରୁଦ୍ଧରେ ଲଢି ଫାଶୀ ପାଇଥିଲେ  । ହେଲେ ସାମ୍ରାଜ୍ୟବାଦ ଶାସନ ଅନ୍ତ ହୋଇଛି ସତ, କିନ୍ତୁ ଦେଶରେ ପୁଞ୍ଜିପତି ଶାସନ ଭୟଙ୍କର ଅବସ୍ଥା ସୃଷ୍ଟି କରିଛି  । ମହାନ୍ ବିପ୍ଳବୀ ଭଗତ୍ ସିଂ, ରାଜଗୁରୁ, ଶୁକଦେବଙ୍କ ସ୍ୱପ୍ନକୁ ସାକାର କରିବାକୁ ହେଲେ ଶୋଷଣ କଷଣ ବିରୁଦ୍ଧରେ ଦୁର୍ବାର ସଂଗ୍ରାମ କରିବା ଜରୁରୀ  । ଉକ୍ତ ସଭାରେ ରାଜ୍ୟ କୋଷାଧ୍ୟକ୍ଷ ସଜୟ ନାୟକ, ଶରତ ବେହେରା, ଓମ୍ ପ୍ରକାଶ ଦାସ, ରାଜୁ ସେଠ, ଦେଶପି୍ରୟ ଦାସ, ବିଜୟ ବେହେରା, ନାରୀ ନେତ୍ରୀ ରିତା ପଟ୍ଟନାୟକ, ଭାରତୀ ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  ।

Leave a Reply

Your email address will not be published.