Monday , June 5 2023
Breaking News
Home / ବିଶେଷ / ସାଇବର ଠକ ପ୍ରତି ସାବଧାନ

ସାଇବର ଠକ ପ୍ରତି ସାବଧାନ

ଭୁବନେଶ୍ୱର,୨୨/୦୩/୨୦୨୩ (ଓଡ଼ିଶା ସମାଚାର)-ଆଜି କାଲି ଯାହା ହାତରେ ଗୋଟିଏ ଆଣ୍ଡ୍ରଏଡ଼୍ ମୋବାଇଲ ଫୋନ୍ ଅଛି , ସିଏ ଗୋଟିଏ ୟୁଟ୍ୟୁବ୍ ଚାନେଲ ଖୋଲି ଗଣ ମାଧ୍ୟମ ବୋଲାଉଛନ୍ତି । ଏହି କ୍ରମରେ ଆମ ରାଜ୍ୟରେ ଲକ୍ଷାଧିକ ୟୁଟ୍ୟୁବ୍ ଚାନେଲ ରହିଛି । ଏହାର ସୁଯୋଗ ନେଇ କିଛି ସାଇବର ଠକ ସକ୍ରିୟ ହୋଇ ଉଠିଛନ୍ତି । ୟୁଟ୍ୟୁବ ଚାନେଲ କୁ ମନିଟାଇଜ୍ କରିଦବୁ, ୱାଚ୍ ଟାଇମ ବଢ଼ାଇ ଦେବୁ, ସବ୍ସକ୍ରାଇବର ବଢ଼ାଇ ଦେବୁ ଆଦି ବିଭିନ୍ନ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇ ୟୁଟ୍ୟୁବର ମାନଙ୍କୁ ଆକୃଷ୍ଟ କରୁଛନ୍ତି । ଏହି ବିଜ୍ଞାପନ ପ୍ରତି ଆକର୍ଷିତ  ହୋଇ ଯେଉଁ ୟୁଟ୍ୟୁବରମାନେ ସେମାନଙ୍କୁ ବିଶ୍ୱାସକୁ ନେଇ ଅନଲାଇନ୍ ରେ ଟଙ୍କା ଦେଇଦେଲା ପରେ ଆଉ ସେମାନେ ଫୋନ୍ ର ଉତର ଦେଉନାହାନ୍ତି । ଏହିଭଳି ଜଣେ ସାଇବର ଠକର ସନ୍ଧାନ ମିଳିଛି । ଫେସବୁକ୍ ରେ ଟି.ସି.ଜଙ୍ଗିର ନାମକ ଏହିଭଳି ଜଣେ ଠକ ବ୍ୟକ୍ତି ବିଜ୍ଞାପନ ଦେଉଛନ୍ତି । ତାଙ୍କର ମୋବାଇଲ ଫୋନ୍ ନମ୍ବର ୮୪୫୯୫୩୮୭୪୬ । ତାଙ୍କର ଏହି ମୋବାଇଲ ଫୋନ୍ ରେ ହ୍ୱାଟ୍ସ ଆପ୍ ରହିଛି । ଏହି ମୋବାଇଲ ଫୋନ୍ ରେ ଫୋନ୍ ପେ ଆପ୍ ମଧ୍ୟ ରହିଛି । ଏହି ମୋବାଇଲ ଫୋନ୍ କୁ ଯେଉଁ ବ୍ୟାଙ୍କ ସହିତ ସଂଯୋଗ କରାଯାଇଛି, ସେ ବ୍ୟାଙ୍କ ଆକାଉଂଟ ଟି ସୁଶିଳା ଦେବୀ ଙ୍କ ନାମରେ ରହିଛି ।  ଫୋନ୍ ପେ ମାଧ୍ୟମରେ ୮୪୫୯୫୩୮୭୪୬ ଫୋନ୍ ନମ୍ବର କୁ ଟଙ୍କା ଦେଇଦେଲା ପରେ ସମ୍ପୃକ୍ତ ଠକ ବ୍ୟକ୍ତି ଟି.ସି.ଜଙ୍ଗିର ଆଉ ଫୋନ୍ ର ଉତର ଦେଉନାହାନ୍ତି । ଏଥିରୁ ସ୍ପଷ୍ଟ ଯେ ଟି.ସି.ଜଙ୍ଗିର ଜଣେ ସାଇବର ଠକ ଆଉ ତାଙ୍କ ସହ ସୁଶିଳା ଦେବୀ ନାମକ ମହିଳା ମଧ୍ୟ ଠକାମିରେ ସମ୍ପୃକ୍ତ ଅଛନ୍ତି । ସାଇବର ଥାନା ପକ୍ଷରୁ ଏହାର ତଦନ୍ତ କଲେ ବହୁ ଠକାମୀର ପର୍ଦ୍ଧାଫାସ ହୋଇ ପାରିବ ।

Leave a Reply

Your email address will not be published.