ଗରଦପୁର, ୨୨/୦୩/୨୦୨୩ (ଓଡ଼ିଶା ସମାଚାର)- ମିଶନ ଶକ୍ତି ପକ୍ଷରୁ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତରେ ସିଆରପି,ବ୍ୟାଙ୍କ ମିତ୍ର ଓ ଏମବିକେ ପଦବିରେ ନିଯୁକ୍ତି କରାଯିବ । ସେଥିପାଇଁ ଇଛୁକ ପ୍ରାର୍ଥିମାନେ ଆବେଦନ କରିଛନ୍ତି । ଆବେଦନ ଯାଂଚ ପ୍ରକୟା ଶେଷ ହୋଇଛି ।ହେଲେ ଏହି ଆବେଦନ ପ୍ରକି୍ରୟାରେ ଘୋର ଅନିୟମିତତା ହୋଇଥିବା ବ୍ଲକ୍ ସ୍ତରୀୟ ମିଶନ ଶକ୍ତି ମହାସଂଘ ଅଭିଯୋଗ କରିଛି । ଏଥି ସହିତ ମିଶନ ଶକ୍ତି ବ୍ଲକ୍ ମହାସଂଘ ପକ୍ଷରୁ ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ଦିନ ତମାମ ଧାରଣା ଦିଆଯାଇଛି । ଶକ୍ତିରୂପା ମା ସାରଳା ବ୍ଲକ୍ ସ୍ତରୀୟ ମହିଳା ମହାସଂଘ ର ସଦସ୍ୟା ରୀତାଂଜଳୀ ଲେଙ୍କା , କାବେରୀ ଦଳାଇ, ସ୍ୱର୍ଣ୍ଣଲତା ସ୍ୱାଇଁ, ବନିତା ବାରିକ, ମିନତୀ ପଣ୍ଡା, କୌଶଲ୍ୟା ମଲିକ୍ , ଜମୁନା ମହାପାତ୍ର ପ୍ରମୁଖ ୧୧ ଜଣ ସଦସ୍ୟା ଧାଣା ରେ ବସିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ ନିଯୁକ୍ତି ପାଇଁ ଯାଂଚ ପ୍ରକି୍ରୟା ନୀୟମ ଅନୁଯାୟୀ ହେଉନାହିଁ । ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ହୋଇଥିବେ , ନୀୟମ ଅନୁଯାୟୀ ସେହିମାନେ ହିଁ ଆବେଦନ କରି ପାରିବେ । ହେଲେ ଏହି ନୀୟମକୁ ଉଲଂଘନ କରି ଦାୟିତ୍ୱରେ ଥିବା ଅଧିକାରୀମାନେ ବ୍ୟାପକ ଅର୍ଥ ନେଇ ଚଂଚକତା କରି ଅନ୍ୟ ମହିଳାଙ୍କ ଆବେଦନ ଗ୍ରହଣ କରିଛନ୍ତି । ଏପରିକି ଯାଂଚ ପ୍ରକି୍ରୟାରେ ତାଲିକାଭୁକ୍ତ କରି ସେମାନଙ୍କୁ ନିଯୁକ୍ତି ଦେବା ପାଇଁ ମସୁଧା ଚଳାଇଛନ୍ତି । ଏହାଛଡ଼ା ସଦସ୍ୟାମାନେ ବର୍ଷ ସାରା ପରିଶ୍ରମ କରି ସଭ୍ୟ ଚାନ୍ଦା ହେଉଛନ୍ତି । ହେଲେ ଯେତେବେଳେ ସୁଯୋଗ ଆସୁଛି , ସେତେବେଳେ ଗୋଷ୍ଠି ରେ ସଦସ୍ୟା ନଥିବା ମହିଳାମାନେ ମଧ୍ୟ ସବୁ ସୁବିଧା ପାଉଛନ୍ତି । ଆବେଦନ ପତ୍ର ଯାଂଚ ସମୟରେ ମହାମଂଚ ର କର୍ମକର୍ତା ମାନଙ୍କୁ ନବସାଇ ମନମୁଖୀ ଭାବରେ ଯେଉଁମାନେ ଯୋଗ୍ୟ ନୁହନ୍ତି,ସେମାନଙ୍କ ନାମ ନିଯୁକ୍ତି ପାଇଁ ତାଲିକାଭୁକ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ମହାମଂଚ ସଭ୍ୟାମାନେ ଯାଂଚ ସମୟରେ ବସିବା ପାଇଁ ନୀୟମ ଥିଲେ ମଧ୍ୟ ବ୍ଲକ୍ ଜୀବିକା ମିଶନ୍ ଅଧିକାରୀ ସୁସ୍ମିତା ରାୟ ଓ ବ୍ଲକ୍ ପଂଚାୟତ ଅଧିକାରୀ ମୃଣ୍ମୟ ରାଉତ ସେମାନଙ୍କୁ ବସିବା ପାଇଁ ସୁଯୋଗ ନଦେଇ ତୁମ ମାନଙ୍କ ସମ୍ପର୍କିୟ ଆବେଦନ କରିଥିବା ହେତୁ ତୁମେମାନେ ବସି ପାରିବ ନାହିଁ ବୋଲି ସିଧା ସଳଖ ମନା କରିଦେଇଥିଲେ । ଏହାଛଡ଼ା କେତେକ ଆବେଦନକାରୀ ଆବେଦନ ସମୟରେ କିଛି ସାର୍ଟିଫିକେଟ ପ୍ରଦାନ କରିନଥିବାବେଳେ ସେମାନଙ୍କ ଆଦେଦନ ପତ୍ରକୁ ବାତିଲ ନକରି ସେମାନଙ୍କ ନାମକୁ ମଧ୍ୟ ନିଯୁକ୍ତି ପାଇଁ ତାଲିକା ହୋଇଥିବା ଅଭିଯୋଗ ହେଉଛି । ଏହା ବ୍ୟତିତ ବ୍ଲକ୍ ପରିସରରେ ଥିବା କାଫେକୁ କାହାକୁ ନପଚାରି ଅର୍ଥ କାରବାର କରି ବନ୍ତଳା ପଂଚାୟତର ଏକ ସ୍ୱୟଂ ସହାୟକ ଗୋଷ୍ଠିକୁ ମହାମଂଚର ସଭାନେତ୍ରୀ ବନିତା ସ୍ୱାଇଁ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏସବୁ ଅନିୟମତତା ସମ୍ପର୍କରେ ଜୀବିକା ମିଶନ୍ ଅଧିକାରୀ ସବୁ ନୀତି ନୀୟମ ଅନୁଯାୟୀ ଆବେଦନ ପତ୍ର ଯାଂଚ କରାଯାଇଛି । ଏହାଛଡ଼ା ଅଭିଯୋଗ ପାଇଁ ମଧ୍ୟ ଏକ ସପ୍ତାହ ସମୟ ରହିଛି । ଯଦି କେହି ଅମିଯୋଗ କରୁଛନ୍ତି , ତାହାହେଲେ ସପ୍ତାହ ମଧ୍ୟରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି । ତେବେ ବ୍ଲକ୍ ମିଶନ ଶକ୍ତିର ସଂଯୋଜକ ଅଖିଳ ଆଚାର୍ଯ୍ୟ କହିଛନ୍ତି କୌଣସି ଅନିୟମିତତା ହୋଇନାହିଁ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ମଧ୍ୟରେ ବିବାଦ ନେଇ ଏଭଳି ଅମୂଳକ ଅଭିଯୋଗ ହୋଇଛି । ପୂବାହ୍ନ ୧୧ ଟାରୁ ମହିଳା ମହାସଂଘର ସମ୍ପାଦିକା ମମତା ଦାସ ଙ୍କ ସମେତ ଅନ୍ୟମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସି ରହିଥିବା ସତ୍ୱେ ମଧ୍ୟ ବିଡ଼ିଓ ସମସ୍ୟା ସମ୍ପର୍କରେ ଧାରଣାସ୍ଥଳକୁ ଆସି ଆଲୋଚନା ନକରି ଚାଲି ଯାଇଥିଲେ । ଫଳରେ ଏଥିରେ କ୍ଷୁବ୍ଧ ହୋଇ ମହିଳା ମହାସଂଘ କାର୍ଯ୍ୟାଳୟରେ ବ୍ଲକ୍ ତରଫରୁ ଏକ ତାଲା ପଡ଼ିଥିବାବେଳେ ମହାସଂଘ ତରଫରୁ ମଧ୍ୟ ଆଉ ଏକ ତାଲା ପକାଯାଇ ମହିଳାମାନେ ଧାରଣା ସ୍ଥଗିତ ରଖି ଘରକୁ ଫେରିଥିଲେ । ଏଥି ସହିତ ଯାଂଚ ପ୍ରକି୍ରିୟାରେ ଅନିୟମିତତା ହୋଇଛି କି ନାହିଁ ଗତ ୨୦ / ୨୧ ତାରିଖର ମହାସଂଘରେ ଲାଗିଥିବା ସିସି କ୍ୟାମେରାକୁ ଯାଂଚ କରିବାକୁ ସେମାନେ ଦାବି କରିଥିଲେ ।