Monday , June 5 2023
Breaking News
Home / ବିଶେଷ / ବାରୁଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ବାରୁଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

କେନ୍ଦ୍ରାପଡ଼ା,୨୨/୦୩/୨୦୨୩ (ଓଡ଼ିଶା ସମାଚାର)-ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଇନ୍ଦୁପୁରସ୍ଥିତ ବାରୁଣୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଶିକ୍ଷକନେତା ପ୍ରଣବ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ପ୍ରାକ୍ତନ ସଭାପତି ଡଃ. ଧରଣୀଧର ନାଥ ଯୋଗଦେଇ ଏଭଳି ମହୋତ୍ସବର ଆୟୋଜନ ଦ୍ୱାରା ଭାଇଚାରା ସୃଷ୍ଟି ହେବା ସହ ସାଂସ୍କୃତିକ ଚେତନା ଜାଗ୍ରତ ହୋଇପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପରେଶ ଦାସ, ବେବର୍ତା ଅଜୟ ଦାସ, ପ୍ରାକ୍ତନ ସରପଂଚ ନରହରି ପାଣି, ଧୂମାତ ସରପଂଚ ମଞ୍ଜୁଲତା ସେଠୀ,ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ସାମ୍ବାଦିକ ପରେଶ ଦାସ କହିଥିଲେ ଯେ ମହୋତ୍ସବର ଆୟୋଜନ ଦ୍ୱାରା କେବଳ ସାଂସ୍କୃତିକ ଭାବଧାରା ଓ ଚେତନାର ବିକାଶ ହେବନି ଯୁବକମାନଙ୍କର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ । ମହୋତ୍ସବ କମିଟି ସଭାପତି ତଥା ଇନ୍ଦୁପୁର ସରପଂଚ ପ୍ରଦୀପ୍ତରଞ୍ଜନ ସୁତାର ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଦୁଷ୍ମନ୍ତ ମଲ୍ଲିକ ବିବରଣୀ ପାଠ କରିଥିଲେ । ଚିରରଞ୍ଜନ ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପାୟଲ ମୁ୍ୟଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପାୟଲ ମୁ୍ୟଜିକ ସ୍କୁଲର ଛାତ୍ରଛାତ୍ରୀମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

Leave a Reply

Your email address will not be published.