ଭୁବନେଶ୍ୱର, ୨୨/୦୩/୨୦୨୩ (ଓଡ଼ିଶା ସମାଚାର)-ଆଜିକାଲି ମୋବାଇଲ ଫୋନ୍ ଏକ ଅତ୍ୟାବଶ୍ୟକ ସେବା ହୋଇ ଯାଇଛି । ଦୈନନ୍ଦିନ ଜୀବନର ଅନେକ କାର୍ଯ୍ୟ ମୋବାଇଲ ଫୋନ ଯୋଗେ ହେଉଥିଲାବେଳେ ମୋବାଇଲ ଫୋନ୍ ସାହାଯ୍ୟରେ ଲୋକମାନେ ମଧ୍ୟ ରୋଜଗାର କରିପାରୁଛନ୍ତି । ଯୋଗାଯୋଗର ଏକ ପ୍ରମୁଖ ମାଧମ ପାଲଟି ଯାଇଛି ମୋବାଇଲ ଫୋନ୍ । ଝିଅ ହେଉ ବା ମହିଳାମାନେ ରାସ୍ତା ଘାଟରେ ସୁରକ୍ଷା ପାଇଁ /ଯୋଗାଯୋଗ ରଖିବା ପାଇଁ ସାଙ୍ଗରେ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି । ହେଲେ କିଛି ଉଦଭ୍ରାନ୍ତ ଯୁବକ କୌଣସି ସୂତ୍ରରୁ ଝିଅ/ମହିଳା ମାନଙ୍କ ମୋବାଇଲ ଫୋନ୍ ନମ୍ବର ସଂଗ୍ରହ କରି ଅଶ୍ଳୀଳ କଥା କହୁଛନ୍ତି । ପ୍ରେମ ନିବେଦନ କରୁଛନ୍ତି , ଝିଅ / ମହିଳା ମାନଙ୍କୁ ହଇରାଣ କରୁଛନ୍ତି । ଏହିଭଳି ୮୦୯୩୨୯୮୨୦୪ ମୋବାଇଲ ଫୋନ୍ ନମ୍ବର ରୁ ଝିଅ/ମହିଳା ମାନଙ୍କୁ ଫୋନ୍ କଲ ଆସୁଛି । ଝିଅ/ମହିଳା ମାନଙ୍କୁ ଏହି ମୋବାଇଲ ନମ୍ବର ରୁ ଅଶ୍ଳୀଳ କଥା /ପ୍ରେମ ନିବେଦନ ଆଦି ଭଳି ଆସୁଥିବା ଏକାଧିକ ଅଭିଯୋଗ ହସ୍ତଗତ ହୋଇଛି । ଏହି ମୋବାଇଲ ଫୋନ୍ ନମ୍ବର ପ୍ରତି ଝିଅ / ମହିଳା ମାନେ ସାବଧାନ ରହିବା ପାଇଁ ସୂଚନା ଦିଆଯାଉଛି । ଏଥିପ୍ରତି ମଧ୍ୟ ପୋଲିସ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।