ନିରାକାରପୁର, ୨୧/୦୩/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥ ମା ଉଗ୍ରତାରା ଛକ ନିକଟରେ ଟାଙ୍ଗୀରୁ ଏକ ସ୍କୁଟିରେ ଅଜୟ କୁମାର ଦାସ ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱର ଯାଉଥିଲେ। ସେହି ସମୟରେ ସ୍କୁଟି ଆରୋହୀଙ୍କ ନିକଟକୁ ଏକ ଫୋନ୍ ଆସିବାରୁ ସେ ରାସ୍ତା କଡରେ ସ୍କୁଟିକୁ ସାଇଡ୍ କରି ମୋବାଇଲ୍ ରେ କଥା ହେଉଥିବା ବେଳେ ଏକ କଳା ପଲସର ବାଇକ୍ ରେ ୩ ଜଣ ଦୂର୍ବୁତ ଆସି ତାଙ୍କୁ ଚାପୁଡା ମାରି ମୋବାଇଲ ଫୋନ୍ ଛଡାଇ ନେଇ ଯାଇଥିଲେ। ସେ ଅନ୍ୟ ଯୁବକଙ୍କ ସହାୟତାରେ ରାଜପଥ ପାଟ୍ରୋଲିଂ ଭ୍ୟାନକୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଖୋର୍ଦ୍ଧା ଜିଲା ପୋଲିସ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି କରିଛନ୍ତି ।