Friday , June 9 2023
Breaking News
Home / ବିଶେଷ / ସାନ୍ତପୁର ସରପଞ୍ଚ ଙ୍କନେତୃତ୍ୱ ରେ ଗଣଧାରଣା ଜାରୀ,ଅନ୍ୟ ଗୋଷ୍ଠୀର ପ୍ରତିବାଦ ଯୋଗୁଁ ମୁହାଁ ମୁହିଁ ସ୍ଥିତି

ସାନ୍ତପୁର ସରପଞ୍ଚ ଙ୍କନେତୃତ୍ୱ ରେ ଗଣଧାରଣା ଜାରୀ,ଅନ୍ୟ ଗୋଷ୍ଠୀର ପ୍ରତିବାଦ ଯୋଗୁଁ ମୁହାଁ ମୁହିଁ ସ୍ଥିତି

ନିଶ୍ଚିନ୍ତକୋଇଲି,୨୧/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ସଦର ନିର୍ବାଚନ ମଣ୍ଡଳୀ ସାନ୍ତପୁର ପଞ୍ଚାୟତ ର ସରପଞ୍ଚ ଙ୍କ ନେତୃତ୍ୱ ରେ ପାଞ୍ଚୟତ ର ବହୁ ମହିଳା ଯୁବକ ମାନେ ଏକତ୍ରିତ ହୋଇ  ନିଶ୍ଚିନ୍ତକୋଇଲି ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟା ନେଇ ଧାରଣା ଦେଇ ଥିବା ସମୟରେ ସମାନ୍ତରାଳ ଭାବେ ଉକ୍ତ ପଞ୍ଚାୟତ ର ଆଉଏକ ଭିନ୍ନ ଗୋଷ୍ଠୀ ବ୍ଲକ୍ କାର୍ୟ୍ୟାଳୟ ସମ୍ମୁଖରେ ସରପଞ୍ଚ ଙ୍କୁ ବିରୋଧ କରି ପ୍ରତିବାଦ କରି ବିଡିଓ ଙ୍କୁ ଦାବିପତ୍ର ଦେଇଛନ୍ତି । ସରପଂଚ ପଞ୍ଚାୟତ ର କୌଣସି କାର୍ୟ୍ୟ କରୁ ନାହାନ୍ତି ବରଂ  ସରକାର ଙ୍କ ତରଫରୁ ଯେଉଁ ସବୁ କାର୍ୟ୍ୟ ପଞ୍ଚାୟତ ରେ ହେଉଛି ସେଥିରେ ବାଧା ଉପୁଜାଇବା ସହ ବିଶୃଙ୍ଖଳା କରୁଛନ୍ତି ବୋଲି କହିଛନ୍ତି । ଏ ସଂପର୍କରେ ପୃଥକ୍ ପୃଥକ୍ ଭାବେ ବିଡ଼ିଓ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି  ।

Leave a Reply

Your email address will not be published.