ଭୁବନ ୨୧/୦୩/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ଗରୁଡବନ୍ଦି ଗ୍ରାମରେ ବିଭିନ୍ନ କାରଣରୁ ସବର୍ଣ୍ଣ- ଅସବର୍ଣ୍ଣ ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ପୋଲିସ ଓ ରାଜସ୍ୱ ପ୍ରଶାସନ ନିକଟରେ ଏହି ଖବର ପହଁଚିବା ପରେ ଗ୍ରାମରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ହୋଇଥିଲା ।
ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ଙ୍କ ହସ୍ତକ୍ଷେପ ଓ ନିର୍ଦ୍ଧେଶରେ କାମାକ୍ଷାନଗର ଉପଜିଲାପାଳ ଜ୍ୟୋତି ଶଙ୍କର ସାହୁ , ଏସଡିପିଓ ରଂଜନ କୁମାର ଦେ , ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ , ତହସିଲଦାର ଅଂଶୁମାନ ମହାପାତ୍ର , ବାଲିବୋ ସରପଂଚ ଶୁଭସ୍ନିଗ୍ଧା ବାରିକ,ସବର୍ଣ୍ଣ-ଅସବର୍ଣ୍ଣ ପ୍ରତିନିଧି ଓ ଶତାଧିକ ମହିଳା ଏବଂ ଗ୍ରାମବାସୀ ଙ୍କ ସହଯୋଗରେ ଏକ ବିଶାଳ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଭେଦଭାବ ଭୁଲି ଉଭୟ ପକ୍ଷ ଗ୍ରାମରେ ସୁଖ , ଶାନ୍ତିରେ ସହାବସ୍ଥାନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଶାନ୍ତି ପ୍ରତିଷ୍ଠା ପାଇଁ ମହିଳା ଙ୍କ ସମେତ ଗ୍ରାମବାସୀ ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ପ୍ରଶାସନର ସମୟୋଚିତ କାର୍ଯ୍ୟ ଯୋଗୁ ଗ୍ରାମରେ ଶାନ୍ତି ଫେରିପାଇଥିବାରୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଉଚ୍ଚ ପ୍ରଶଂସା କରାଯାଉଛି ।