Friday , June 9 2023
Home / ବିଶେଷ / ପିସି କାରବାରକୁ ନେଇ ନାରାୟଣପାଟଣା ବ୍ଲକ ରେ ଜନ ଆନ୍ଦୋଳନ

ପିସି କାରବାରକୁ ନେଇ ନାରାୟଣପାଟଣା ବ୍ଲକ ରେ ଜନ ଆନ୍ଦୋଳନ

ଲକ୍ଷ୍ମୀପୁର.୨୧।୦୩।୨୩(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)-କୋରାପୁଟ ଜିଲ୍ଲାରେ ମନରେଗା ସମ୍ପୁର୍ଣ ଫେଲ୍ ମାରିଛି।କିଛି ଯନ୍ତ୍ରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଏବେ ପଦାରେ ପଡିଛି।ଏନେଇ ଏବେ ସାଧାରଣରେ ସ୍ଵର ଉତ୍ତୋଳନ ହେଇଛି।ଏଇ ଭଳି ଏକ ଦୃଶ୍ୟ ଆଜି ନାରାୟଣପାଟଣା ବ୍ଲକରେ ଦେଖିବାକୁ ମିଳିଛି।ବ୍ଲକରେ କାର୍ୟ୍ୟରତ ଏଇ, କନିଷ୍ଠ ଯନ୍ତ୍ରୀ,ପଞ୍ଚାୟତ ନିର୍ବାହି ଅଧିକାରି ଓ ଗ୍ରାମ ରୋଜଗାର ସେବକ ମାନେ ପ୍ରତ୍ୟେକ କାର୍ୟ୍ୟରେ ୪୦ ପ୍ରତିଶତ ପିସି ନେଉଥିବା ଅଭିଯୋଗ କରି ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକେ ସେମାନଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ୟ୍ୟାଳୟ ନିକଟରେ ପହଞ୍ଚି ଥିଲେ।ବ୍ଲକରେ ପିସି କାରବାରକୁ ନେଇ ଉନ୍ନୟନ ମୂଳକ କାର୍ୟ୍ୟରେ ବାଧା ଉପୁଜିଛି।ଅଧିକାଂଶ କାମ ଗୁଡିକ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।ମନରେଗା କାମ କରି ପାରିଶ୍ରମିକ ମିଳୁ ନଥିବାରୁ ନାହିଁ ନଥିବା ଅସୁବିଧାର ସମୁଖିନ ହେବାକୁ ପଡୁଛି।ବାଧ୍ୟ ହୋଇ ଯୁବପିଢି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ହଇରାଣରେ ପଡୁଛନ୍ତି।ତେଣୁ ତୁରନ୍ତ ପିସି ନେବା ବନ୍ଦ କରାଯିବା ସହ ସମସ୍ତ କାର୍ୟ୍ୟ ଟେଣ୍ଡେର ମାଧ୍ୟମରେ କରାଯାଉ ନଚେତ ଆଗାମି ଦିନରେ ବିରାଟ ବଡ ଆନ୍ଦୋଳନ ଜରିଆରେ ଜବାବ ଦିଆଯିବ ବୋଲି ଚେତାବନି ଦେଇଛନ୍ତି।ବିଡିଓ ଅଶ୍ୱିନି କୁମାର ମହାପାତ୍ରଙ୍କୁ ଏକ ଦାବି ପତ୍ର ଦିଆଯାଇଛି।ତୁରନ୍ତ ଏହାର ତଦନ୍ତ କରାଯିବ ବୋଲି ସିଏ ପ୍ରିତିଶୃତି ଦେଇଥିଲେ।ଆଗକୁ ଏଇ ଘଟଣା କି ମୋଡ ନେଉଛିଏବେ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published.