Monday , June 5 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଝଟକିବ ମା ଉଗ୍ରତାରା ପୀଠ : ଧାର୍ମିକ ପୀଠ ରୂପାନ୍ତରଣରେ ସାମିଲ

ଝଟକିବ ମା ଉଗ୍ରତାରା ପୀଠ : ଧାର୍ମିକ ପୀଠ ରୂପାନ୍ତରଣରେ ସାମିଲ

ଖୋର୍ଦ୍ଧା,୨୧/୩/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ର ଅନ୍ୟତମ ଶକ୍ତି ପୀଠ ଭୁଷଣ୍ଡପୁର ମା ଉଗ୍ରତାରା ପୀଠର ଉନ୍ନୟନ କାର୍ୟ୍ୟରେ ପ୍ରବେଶ ପ୍ଳାଜା ,ଯାତ୍ରୀଙ୍କ ମୌଳିକ ସୁବିଧା , ଲ୍ୟାଣ୍ଡସ୍କାଫି, ପାର୍କିଂ , ବଣଭୋଜି କେନ୍ଦ୍ର ,ଯାତ୍ରାପଡିଆ ସମେତ ଐତିହ୍ୟ ପୋଖରୀ ର ପୁନରୁଦ୍ଧାର ଓ ନବୀକରଣ କାର୍ୟ୍ୟକ୍ରମ ସାମିଲ ରହିଛି। ଓଡ଼ିଶା ସେତୁ ନିର୍ମାଣ ନିଗମ ଉପରେ ଏହି ବିକାଶ ଦାଇତ୍ୱ ନ୍ୟସ୍ତ ରହିଛି ଏବଂ ପୁର୍ତ୍ତ ବିଭାଗ ର ପର୍ୟ୍ୟଟନ ସ୍ଥଳୀ ଓ ଐତିହ୍ୟ କିର୍ତ୍ତୀରାଜିର ସମନ୍ୱିତ ବିକାଶ ଯୋଜନା ରେ ଏହାକୁ ସାମିଲ କରାଯାଇଛି । ଶକ୍ତି ପୀଠ ରୁପାନ୍ତରଣର ମାଷ୍ଟର ପ୍ଳାନ କୁ ଅନୁମୋଦନ ଦେଇଛନ୍ତି। ୫ଟି ଉପକ୍ରମ ରେ ଏହି ଯୋଜନା କାର୍ୟ୍ୟକାରୀ ହେବ। ଏହି କାମ ୧୮ ମାସ ମଧ୍ୟରେ ଶେଷ କରିବାକୁ ସରକାର ଯୋଜନା କରିଛନ୍ତି । ଏହାର ଉନ୍ନୟନ ମୁଳକ କାର୍ୟ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ଆଲୋଚନା କରି ଯୋଜନା ସମ୍ପର୍କରେ ସେମାନଙ୍କ ମତାମତ ମଧ୍ୟ ଦେଇଛନ୍ତି । ସୁଚନା ଯୋଗ୍ୟ କି ମୁଖ୍ୟ ମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ତଥା ୫ ଟିର ସଚିବ ଭିକେ ପାଣ୍ଡିଆନ ୨ ମାସ ପୁର୍ବରୁ ଏହି ପୀଠକୁ ଆସି ସେବାୟତ ଓ ମନ୍ଦିର କମିଟି ସହ ବିକାଶ ମୁଳକ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ପୀଠର ସେବାୟତ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ଭିଡିଓ କନ୍ଫରେନସିଂ ରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଏହି ଶକ୍ତି ପୀଠର ବିକାଶ ପଦକ୍ଷେପ କୁ ଓଡ଼ିଶାର ବିଭିନ୍ନ କୋଣରୁ ଆସୁଥିବା ମା ଉଗ୍ରତାରା ଙ୍କ ଭକ୍ତଗଣ ଓ ମନ୍ଦିର ସେବାୟତ ମାନେ ତତସହିତ ଅଞ୍ଚଳର ବୁଦ୍ଧିଜିଵୀ ଉଚ୍ଚପ୍ରଶଂସା କରିଛନ୍ତି ।

Leave a Reply

Your email address will not be published.