ସାଲେପୁର, ୨୧/୦୩/୨୦୨୩ (ଓଡିଶା ସମାଚାର /ଅଭୟ ଜେନା) – ସାଲେପୁର ବ୍ଲକ୍ ଅନ୍ତର୍ଗତ ମହଣ ପଞ୍ଚାୟତ ସ୍ଥିତ ପୁରଣ ଖେଳ ପଡିଆ ଠାରେ ସଂଗ୍ରାମ କ୍ରିକେଟ କ୍ଲବ ପକ୍ଷରୁ ଏକ ଦିବସୀୟ ଦିବାରାତ୍ରି କ୍ରିକେଟ ଟ୍ରୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଏହି ଟୁର୍ନାମେଣ୍ଟ ରେ ୧୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ଖେଳରେ ଲେଖନପୁର ଦଳ ଓ ପାଗାର ଇଲେଭେନ୍ ଏୟାର ମଧ୍ୟରେ ଚିତ୍ତାକର୍ଷକ ଖେଳ ହୋଇଥିଲା।
ଲେଖନପୁର ଦଳ ନିର୍ଦ୍ଧାରିତ ୬ ଓଭରରେ ୫ ୱିକେଟ ହରାଇ ୯୨ ରନ କରିଥିଲେ।ଏହାର ଜବାବରେ ପାଗା ଦଳ ନିର୍ଦ୍ଧାରିତ ଓଭର ରେ ୪ ୱିକେଟ ହରାଇ ମାତ୍ର ୬୮ ରନ କରି ପରାଜୟ ବରଣ କରିଥିଲେ।ଫାଇନାଲ ଖେଳରେ ଲେଖନପୁର୍ ଦଳ ବିଜେତା ଆଖ୍ୟା ଅର୍ଜ୍ଜନ କରିଥିଲେ।ଏହି ଅବସରରେ ସଂଗ୍ରାମ କ୍ରିକେଟ କ୍ଲବର ପ୍ରତିଷ୍ଠାତା ସଭାପତି ତଥା ଯୁବ ସଂଗଠକ ଅମୀୟ ରଞ୍ଜନ ବେହେରା ଙ୍କ ପୌରୋ ହିତ୍ୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ଟୁର୍ନାମେଣ୍ଟ କୁ ଉଦ୍ ଘାଟନ କରିବା ସହିତ କ୍ରୀଡାର ବିକାଶପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କାର୍ୟ୍ୟକାରୀ କରିଥିବା ସମ୍ପର୍କରେ ସୂଚନା ଦେଇଥିଲେ।