Friday , June 9 2023
Breaking News
Home / ବିଶେଷ / ୩ ମୃତ ବିଦେଶୀ ପକ୍ଷୀ ଉଦ୍ଧାର : ୨ ଜଣ କୋର୍ଟ ଚାଲାଣ

୩ ମୃତ ବିଦେଶୀ ପକ୍ଷୀ ଉଦ୍ଧାର : ୨ ଜଣ କୋର୍ଟ ଚାଲାଣ

ଖୋର୍ଦ୍ଧା, ୨୦/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନସ୍ଥ ଚକଟିପୁର ରେଳବାଇ ଗେଟ ନିକଟରୁ ଦୁଇ ପକ୍ଷୀ ଶିକାରୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ । ଏ ନେଇ ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି । ଖବର ମୁତାବକ ଆଜି ସକାଳୁ ଉକ୍ତ ରେଳବାଇ ଗେଟ ନିକଟରେ ଦୁଇ ପକ୍ଷୀ ଶିକାରୀ ଏକ ବାଇକ ଯୋଗେ ମୃତ ପକ୍ଷୀ ନେଇ ଯାଉଥିବା ବେଳେ ବନ୍ୟପ୍ରାଣୀ ବିଭାଗ ହାତରେ ଧରା ପଡ଼ିଥିଲେ । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଟାଙ୍ଗୀ ହାଟବରଡ଼ି ଅଞ୍ଚଳର ସୁବାସ ଚନ୍ଦ୍ର ବେହେରା ଓ ଝାରଖଣ୍ଡ ର ଜୟକୃଷ୍ଣ ସିଂ  । ସେମାନଙ୍କ ନିକଟରୁ ତିନି ଗୋଟି ମୃତ ବିଦେଶୀ ପକ୍ଷୀ, ଦୁଇ ଗୋଟି ମୋବାଇଲ ଏବଂ ଏକ ବାଇକ ଜବତ ହୋଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ।

Leave a Reply

Your email address will not be published.