Friday , June 9 2023
Breaking News
Home / ବିଶେଷ / ସାନ୍ତପୁର ପଞ୍ଚାୟତବାସୀଙ୍କ ବିଭିନ୍ନ ଦାବି ନେଇ ନିଶ୍ଚିନ୍ତକୋଇଲି ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା

ସାନ୍ତପୁର ପଞ୍ଚାୟତବାସୀଙ୍କ ବିଭିନ୍ନ ଦାବି ନେଇ ନିଶ୍ଚିନ୍ତକୋଇଲି ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୨୦/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା ) –  କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନ୍ତପୁର  ପଞ୍ଚାୟତ ରେ ବିଭିନ୍ନ ସମସ୍ୟା ର ପ୍ରତିକାର ନିମନ୍ତେ ପ୍ରଶାସନ ର ଉଦାସୀନତା ଓ କାଳ କ୍ଷେପଣ ନୀତି ପ୍ରତିବାଦରେ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ପଞ୍ଚାୟତବାସୀ ଗଣଧାରଣା ଦେଇଛନ୍ତି । ଧାରଣା ରେ ବସିଥିବା ପଂଚାୟତ ଲୋକେ ଜେ ଇ , ଜି ଆର ଏସ , ଭି ଏଲ ଡବ୍ଲ୍ୟୁ ପଂଚାୟତ କୁ ଆସୁନଥିବା ରୁ ଉନ୍ନୟନ କାର୍ୟ୍ୟ ବାଧାପ୍ରାପ୍ତ ହେଉଛି । ରାଜନୈତିକ ହାତବାରିସୀ ସାଜିଥିବା ପ୍ରଶାସନ କୁ ଏଥିପାଇଁ ଦାୟୀ କରିଛନ୍ତି ଧାରଣା କାରି । ସେମାନଙ୍କୁ ବଦଳି କାରାନଯିବା ପର୍ଯ୍ୟନ୍ତ  ଧାରଣାରୁ ଉଠିବେନି ବୋଲି କହିଛନ୍ତି ଧାରଣାରେ ବସିଥିବା ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ବାସୀ ।

Leave a Reply

Your email address will not be published.