ନିରାକାରପୁର, ୨୦/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ନିରାକାରପୁର ଗେଟ ବଜାର ସ୍ଥିତ ୧୧୯ ନମ୍ୱର୍ ରେଳ ଫାଟକ ରେଳ ଧାରଣା ଉପର ଦୀର୍ଘ ଦିନ ହେବ ମରାମତି ହେଉ ନ ଥିବାରୁ ଏହା ଉପରେ ଯାତାୟାତ କରୁଥିବା ଯାନବାହାନ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ମରାମତି ନ ହେବାରୁ ପେବର ବ୍ଲକ ଗୁଡ଼ିକ ରେଳ ଧାରଣା ରୁ ଛାଡ଼ି ଦବି ଗଲାଣି । ଫଳରେ ଏହି ରେଳ ଫାଟକରେ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏହାର ତୁରନ୍ତ ମରାମତି ପାଇଁ ଆଜି ନିରାକାରପୁର ” ସହଯୋଗ” ପରିବାର ତରଫରୁ ଖୋର୍ଦ୍ଧା ରୋଡ ଡିଆରଏମ ଙ୍କୁ ଏକ ଦାବି ପତ୍ର ଷ୍ଟେସନ ମାଷ୍ଟର ଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିବା ବେଳେ ସକ୍ରିୟ ସଭ୍ୟ ଲଛମନ ନାୟକ, ପ୍ରତ୍ୟୁଷ କୁମାର ସାମନ୍ତରାୟ, ସୁନିଲ କୁମାର ରାଉତରାୟ ଓ ଦେବାଶିଷ ବିଶ୍ଵ ଭୁଷଣ ପାହାଡ଼ ସିଂହ ସମେତ ଅନ୍ୟ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।