ଭୁବନେଶ୍ୱର,୨୦/୦୩/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟରେ ପୁଣି କରୋନା ସଂକ୍ରମଣ ଦେଖା ଦେଲାଣି । ଦୈନିକ ସଂକ୍ରମଣ ସଂଖ୍ୟା ୧୨ ତଳେ ରହିଥିବାବେଳେ ମୋଟ୍ ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମାତ୍ର ହସପିଟାଲ ରେ ଭର୍ତି ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନିରଂଜନ ମିଶ୍ରଙ୍କ ସୂଚନା ରୁ ଜଣାପଡ଼ିଛି । ତେବେ ଏହି ସଂଖ୍ୟା ଉଦବେଗ ଜନକ ନୁହେଁ । ଅଧିକ ଥଣ୍ଡାକାଶ ରୋଗି ଙ୍କ କୋଭିଡ଼ ପରୀକ୍ଷା କରିବା ପାଇଁ ସମସ୍ତ ଜିଲାକୁ ସୂଚନା ଦିଆଯାଇଥିବା ସେ କହିଛନ୍ତି ।