କଟକ,୨୦/୦୩/୨୦୨୩ (ଓଡ଼ିଶା ସମାଚାର)- ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ର ଆଜି ଥିଲା ଶେଷ ଦିନ । । ଆଜି ଶେଷଦିନରେ ଗଣିତ ପରୀକ୍ଷା ଥିଲା। ଆଜି ର ପରୀକ୍ଷା ପରେ ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଆସନ୍ତା ଏପ୍ରିଲ୍ ୩ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଅନୁଯାୟୀ, ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ କରାଯିବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡ଼ିକ ସୁରକ୍ଷାରେ ଯିବ। ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ୧୦ ତାରିଖରୁ ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା।