Monday , June 5 2023
Breaking News
Home / ବିଶେଷ / ବିଶ୍ୱ ପଖାଳ ଦିବସ ପାଳିତ

ବିଶ୍ୱ ପଖାଳ ଦିବସ ପାଳିତ

ଭୁବନେଶ୍ୱର, ୨୦/୦୩/୨୦୨୩ (ଓଡ଼ିଶା ସମାଚାର)-ୟୁନିଟ୍-୪ ସ୍ଥିତ ବିଏମସି ୩୬ ନମ୍ବର ୱାର୍ଡ ଅଫିସ୍ ନିକଟରେ ବହୁ ଆଡମ୍ବରରେ ଏବଂ ଧୁମ୍ ଧାମ୍ ରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଛି  । ଓଡ଼ିଆମାନଙ୍କର ପ୍ରିୟ ପଖାଳ ଖାଦ୍ୟ ଆଜି ସାରା ବିଶ୍ୱରେ ବେଶ୍ ଆଦୃତ ହୋଇଥିବାରୁ ଓ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦହି ପଖାଳ ଭୋଗ ଲାଗୁଥିବାରୁ ଆଜିର ଦିନଟିକୁ ବିଶ୍ୱ ପଖାଳ ଦିବସ ରୂପେ ସବୁଆଡ଼େ ପାଳନ କରାଯାଉଅଛି  । ଆଜିର ଏହି ୩୬ ନମ୍ବର ୱାର୍ଡରେ ପାଳନ ହେଉଥିବା ପଖାଳ ଦିବସରେ ମାନ୍ୟବର ମଧ୍ୟ ଭୁବନେଶ୍ୱର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଖାଳ ଉତ୍ସବକୁ ଆସିଥିବା ସମସ୍ତ ମଉସା, ମାଉସୀ, ଭାଇ, ଭଉଣୀ ତଥା ଛୋଟ ପିଲାମାନଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ  । ୩୬ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଅଲିଅଳି ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପଖାଳ ଉତ୍ସବରେ ବିଏସଏନଏଲ୍ କଲୋନୀ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ କଲୋନୀ, ସିପିଡବ୍ଲୁ୍ୟଡି କଲୋନୀ, ପୋଷ୍ଟାଲ୍ କଲୋନୀ, ରିଜର୍ଭବ୍ୟାଙ୍କ କଲୋନୀ, ଷ୍ଟେଟ୍ ବ୍ୟାଙ୍କ କଲୋନୀ ଏବଂ ମଧୁସୂଦନ ନଗର ଓ ଭୌମନଗର ଅଂଚଳରୁ ବହୁ ବୟସ୍କ ଲୋକମାନେ ତଥା ଛୋଟ ପିଲାମାନେ ଏହି ପଖାଳ ଦିବସରେ ବହୁ ଉତ୍ସାହର ସହିତ ଯୋଗ ଦେଇଥିଲେ  । ଏପରିକି ରାମପୁର ବସ୍ତୀ ବାସିନ୍ଦାମାନେ ଏବଂ ୪ ନମ୍ବର ହାଟର ବ୍ୟବସାୟୀ ଭାଇ ଓ ଭଉଣୀମାନେ କର୍ପୋରେଟରଙ୍କ ଶ୍ରୀମତୀ ଅଲିଅଳି ମଲ୍ଲିକଙ୍କ ଏତାଦୃଶ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗରୁ କେବେ ଆମ ୱାର୍ଡରେ କେହି ପଖାଳ ଦିବସ ପାଳନ କରୁନଥିଲେ  । ଆଜି ବହୁତ ଖୁସି ଲାଗୁଛି ବୋଲି ସମସ୍ତେ ଆଲୋଚନା କରୁଥିଲେ  । ସମସ୍ତଙ୍କୁ ଆଜିର ଏହି ପଖାଳ ଦିବସକୁ ପାଖରେ ପାଇ ମୁଁ ବହୁତ ଖୁସି  । ଆଜି ଗୋଟେ ଭାଇଚାରାର ଦିନ  । ସମସ୍ତେ ମିଶି ଏକାଠି ପଖାଳ ଖାଇବା, ପଖାଳ ଆମ ଓଡ଼ିଆଙ୍କ ସଂସ୍କୃତି, ଏ୍ୟ÷ତିହ୍ୟ ଓ ପରମ୍ପରା ବୋଲି କହିବା ସହିତ ପଖାଳକୁ ଜି.ଆଇ ଟ୍ୟାଗ ମିଳିବା ଦରକାର ବୋଲି ମାନ୍ୟବର ବିଧାୟକ ଶ୍ରୀ ଜେନା ସମସ୍ତଙ୍କୁ ବୁଝାଇଥିଲେ  । ପଖାଳ ଏକ ହାଇଜେନିକ୍ ଖାଦ୍ୟ  । ଖରାଦିନ ପାଇଁ ଉତମ ଖାଦ୍ୟ  । ପଖାଳ ଦେହ ସୁସ୍ଥ ରଖେ, ମନ ଫୁର୍ତି ରଖେ, କାମ କରିବାକୁ ଉଦ୍ଧିପନା ଯୋଗାଏ ବୋଲି ମାନ୍ୟବର ବିଧାୟକ ଶ୍ରୀ ଜେନା କହିବା ସହ ଆଜି ଉପସ୍ଥିତ ଥିବା ଶତାଧିକ ପଖାଳ ପ୍ରେମୀଙ୍କ ସହିତ ମିଶି ପଖାଳ ଖାଇଥିଲେ  । ସମସ୍ତଙ୍କୁ ଦହି ପଖାଳ, ବଢିଚୁରା, ସଜନା ଛୁଇଁ, ପୋଟଳ ଭଜା, ଶାଗ, ପାମ୍ପଡ, ପଣଷକଠା ବରା, ଆଳୁ, ପିଆଜ ଚକଟା ଏବଂ ଆଚାର ଭଳି ବହୁ ପ୍ରକାର ଆଇଟମ୍ ରେ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ  କର୍ପୋରେଟର ଶ୍ରୀମତୀ ଅଲିଅଳି ମଲ୍ଲିକ  ।

Leave a Reply

Your email address will not be published.