କେନ୍ଦ୍ରାପଡ଼ା୨୦/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଗ୍ରାମପଂଚାୟତ ଅବସର କର୍ମଚାରୀ ସଂଘର ସଭାପତି ପ୍ରଭାକର ରାଉତଙ୍କର ୭୨ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଗଣିଆମୁହଁସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜିଲା ସଂଘ ସମ୍ପାଦକ ମଦନମୋହନ ବେହେରା, ରାଜକନିକା ବ୍ଲକର ସୁକାନ୍ତ ମଲିକ, ଶ୍ରୀଧର ନାୟକ, ଆଳି ବ୍ଲକର ବିନୋଦ ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ଧଳ, ରମେଶ ଚନ୍ଦ୍ର ପାତ୍ର, ଲକ୍ଷ୍ମୀଧର ସେନାପତି, ମହାକାଳପଡା ବ୍ଲକର ସଂଗ୍ରାମକେଶରୀ ସାମଲ, ଡେରାବିଶ ବ୍ଲକର ରଞ୍ଜିତ ଜେନାଙ୍କ ସମେତ କେନ୍ଦ୍ରାପଡା ବ୍ଲକର ପତିତପାବନ ପରିଡା ପ୍ରମୁଖ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶାନ୍ତ୍ୱନା ପ୍ରଦାନ କରିଥିଲେ । ଗ୍ରାମପଂଚାୟତ ସମ୍ପାଦକମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବାରେ ସ୍ୱର୍ଗତ ରାଉତଙ୍କ ଉଦ୍ୟମ ଓ ଅବଦାନ ଅବିସ୍ମରଣୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି ।