Monday , June 5 2023
Breaking News
Home / ବିଶେଷ / ଗାଡ଼କଣ ଗ୍ରାମରେ ଦୋଳଯାତ୍ରା ଓ ଲଉଡ଼ି ଖେଳ ପ୍ରତିଯୋଗିତା

ଗାଡ଼କଣ ଗ୍ରାମରେ ଦୋଳଯାତ୍ରା ଓ ଲଉଡ଼ି ଖେଳ ପ୍ରତିଯୋଗିତା

ଭୁବନେଶ୍ୱର, ୨୦/୦୩/୨୦୨୩ (ଓଡ଼ିଶା ସମାଚାର)- ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ବରୁଣେଇ ସ୍ନାନ ଉପଲକ୍ଷେ ଗାଡ଼କଣ ବେହେରା ସାହି ଯାଦବ ସଂଘ ଆନୁକୂଲ୍ୟରେ ଗାଡ଼କଣ (ବେହେରାସାହି) ଗ୍ରାମରେ ଦୋଳ ଦୋଳଯାତ୍ରା ଓ ଉଲଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମା’ ମଙ୍ଗଳା ଯାଦବ ସଂଘ, ଫିରିଫିରା କଟକ, ମା’ ମଙ୍ଗଳା କାଠି ଲଉଡ଼ି ସଂଘ, ବିଡ଼ିଏ ଚନ୍ଦ୍ରଶେଖରପୁର, ଶନିଶ୍ଚର ଯାଦବ ସଂଘ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଏବଂ ମା’ ମଙ୍ଗଳା ଯାଦବ ସଂଘ, ଖଣ୍ଡିଆରିପୁର, କଟକ ପ୍ରମୁଖ ୪ଟି ଦଳ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆଇନ୍ଜୀବୀ ତଥା ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅକ୍ଷୟ ପ୍ରସାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଡ଼କଣର ଯାଦବ ସଂଘର ଉତରୋତର ଉନ୍ନତି କାମନା କରିବା ସହିତ ରାଜଧାନୀରେ କିପରି ସବୁ ଯାଦବ ସଂଘ ଏକତ୍ରିତ ହୋଇ କାମ କରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଶ୍ରୁମୋଚନ ମହାନ୍ତି ଓ କେଞ୍ଜଷ୍ଟର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ଲବଣୀ ବେହେରା, ସଭାପତି ଜନକର ବେହରା, ସାଧାରଣ ସମ୍ପାଦକ କୁମ୍ପ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିଯୋଗିତାରେ ଭାଗ ନେଇଥିବା ଯାଦବ ସଂଘକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଯାଦବ ଭାଇଙ୍କ ସମେତ ବହୁ ଦର୍ଶକ ଉପସ୍ଥିତ ଥିଲେ । ଶେଷରେ ସମ୍ପାଦକ କୁମ୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.