କେନ୍ଦ୍ରାପଡ଼ା, ୨୦/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରପରିଷଦର ପୂର୍ବତନ ନଗରପାଳ ତଥା ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ସାହୁ (ନିଳଭାଇ)ଙ୍କର ୭୪ବର୍ଷ ବୟସରେ ତାଙ୍କ ବଡହାଟସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ୍ୟାଇଛି । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ସଚିନ, ସତିଶ କୁମାର, ମାମୁନିଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ ।
ତାଙ୍କ ବିୟୋଗ ଖବର ପାଇ ଜିଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ପ୍ରାକ୍ତନ ନଗରପାଳ ଧିରେନ ସାହୁ, ମହମ୍ମଦ ଆକବର ଅଲ୍ଲୀ, ପ୍ରବିର ମହାନ୍ତି, ରୋସ୍ନା ସାହୁ, ପୂର୍ବତନ କାଉନସିଲର ହିବଜୁର ରହେମାନ, ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ବୈଦ୍ୟନାଥ ଚାଟାର୍ଜୀ, ଗୌର ପ୍ରସାଦ ମହାପାତ୍ର, ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ପୂର୍ବତନ ପବ୍ଲିକ ପ୍ରସିକୁ୍ୟଟର ଭୀମସେନ ଭୂୟାଁ, ଦେବଦାସ ମହାନ୍ତି, ରାଜେଶ ପଣ୍ଡା, ଗୟାଧର ଧଳ ପ୍ରମୁଖ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ସାହୁ ପ୍ରଥମେ ୧୯୭୪ମସିହାରୁ ୧୯୭୮ମସିହା ପର୍ଯ୍ୟନ୍ତ କାଉନସିଲର ଥିଲେ ପରେ ୧୯୯୧ମସିହାରେ ଜନତାଦଳରୁ ସିଧାସଳକ ନିର୍ବାଚନରେ ନଗରପାଳ ଭାବେ ନିର୍ବାଚିତ ହୋଇ ୧୯୯୫ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ ।
ଶେଷ ପର୍ଯ୍ୟନ୍ତ ସ୍ୱର୍ଗତ ସାହୁ ବିଜୟ ମହାପାତ୍ରଙ୍କର ଜଣେ ଦୃଢ ସମର୍ଥକ ଥିଲେ । ପ୍ରଥମେ ତାଙ୍କ ମର ଶରୀରକୁ ବଡହାଟସ୍ଥିତ ବାସଭବନରୁ ମଢିଆଳସ୍ଥିତ ପୈତୃକ ବାସଭବନକୁ ନିଆଯାଇଥିଲା । ସେଠାରେ ପରିବାରବର୍ଗଙ୍କ ଶେଷ ଦର୍ଶନ ପରେ ପୌରପରିଷଦକୁ ନିଆଯାଇଥିଲା । ସେଠାରେ ପୌରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କ ସମେତ ନଗରପାଳ ସରିତା ସାହୁ, ସମସ୍ତ କାଉନସିଲର ଓ ପୂର୍ବତନ କାଉନସିଲରମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ପ୍ରଶାନ୍ତ କୁମାର ସିଂ, ସୌମେନ୍ଦ୍ର ପୃଷ୍ଟି, ଦୁର୍ଗା ପ୍ରସାଦ ପତି, ବିଜୟ ଅଗ୍ରୱାଲ, ନିତ୍ୟାନନ୍ଦ ସୁଆର, ଦେବେନ୍ଦ୍ର ସୁଆର, ମୁକ୍ତାର ଖାଁ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ବାର ଆସୋସିଏସନ କାର୍ଯ୍ୟାଳୟ ପରିସରକୁ ନିଆଯାଇଥିଲା ।
ସେଠାରେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ସିଂ, ଧ୍ରୁବ ଚରଣ ଜେନା, ଅକ୍ଷୟ ମହାନ୍ତି, ଆଶୁତୋଷ ମହାନ୍ତି, ସଞ୍ଜୟ କୁମାର ଜେନା, ମନୋରଞ୍ଜନ ମହାନ୍ତି, ପ୍ରଦିପ ମହାନ୍ତି, ମାନସ ଧଳ, ମମତାମୟୀ ସାମଲ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଦୁହୁରିଆ ନିକଟରେ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ତାଙ୍କ ମର ଶରିରରେ ପୁଷ୍ପହାର ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ତାଙ୍କ ମର ଶରିରକୁ ଗୋପଛକସ୍ଥିତ ରାଇସମିଲକୁ ନିଆଯାଇ ସେଠାରୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ସଚିନ ମୁଖାଗ୍ନି ଦେଇଥିଲେ ।