କଟକ ସଦର, ୨୦/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକ ସଦର ଅଞ୍ଚଳର କିଶନନଗର ଠାରେ ଅବସ୍ଥିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକୋତ୍ସବ ରବିବାର ରାତିରେ ହାଇସ୍କୁଲ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସ୍କୁଲର ଅଧ୍ୟକ୍ଷା ସରିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ପ୍ରବକ୍ତା, ବରିଷ୍ଠ ଆଇନଜୀବି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦିତା କରି ଚର୍ଚ୍ଚାକୁ ଆସିଥିବା ପୀତାମ୍ବର ଆଚାର୍ଯ୍ୟ ଯୋଗ ଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଉତ୍କଳ ବିକାଶ ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ, ସରପଞ୍ଚ ସୁଜାତା ସେଠୀ, ଜଣାଶୁଣା ସମାଜସେବୀ ଦିଲ୍ଲୀପ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସଦର ନିର୍ବାଚନମଣ୍ଡଳୀର ଅସଂଖ୍ୟ ଜନସାଧାରଣ ସମାଗମ ଦେଖିବାକୁ ମିଳିଥିଲା। ତେବେ ବିଭିନ୍ନ କାର୍ଯ୍ୟକ୍ରମରେ ବିକାଶ ପରିଷଦ ସଭାପତି ରାଜ୍ୟର ବହୁ ତୁଙ୍ଗ ନେତାମାନଙ୍କୁ ଆମନ୍ତ୍ରଣ କରିବା ଓ ନିଜେ ମଧ୍ୟ ସାମିଲ ହେବାକୁ ନେଇ ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟରୁ ବିଜେପିରୁ ଲଢ଼ିବାକୁ ପଥ ପରିଷ୍କାର କରୁଥିବା ଗୁଞ୍ଜରଣ ସୃଷ୍ଟି ହେଉଛି। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଉତ୍କଳ ବିକାଶ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭ୍ୟ/ସଭ୍ୟା ସହାୟତା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭରପୁର ଦର୍ଶକଙ୍କର ବେଶ୍ ଉପଭୋଗ୍ୟ ହୋଇଥିଲା ।