Friday , June 9 2023
Breaking News
Home / ବିଶେଷ / କାଳବୈଶାଖୀ ରେ ପବନ ସହ ବର୍ଷା : ଗଛ ଭାଙ୍ଗିଲା, ବିଦ୍ୟୁତ୍ ଖୁଣ୍ଟି ଉପୁଡିଲା

କାଳବୈଶାଖୀ ରେ ପବନ ସହ ବର୍ଷା : ଗଛ ଭାଙ୍ଗିଲା, ବିଦ୍ୟୁତ୍ ଖୁଣ୍ଟି ଉପୁଡିଲା

ଖୋର୍ଦ୍ଧା,୨୦/୩/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)- ଆଜି ଅପରାହ୍ନ ରେ ହୋଇଥିବା କାଳବୈଶାଖୀ ରେ ଟାଙ୍ଗୀ ବ୍ଳକ ଅଂଚଳର ବିଭିନ୍ନ ସ୍ଥାନରେ ବହୁ ଗଛ ଭାଙ୍ଗି ଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ନିରାକାରପୁର ଅଂଚଳରେ ପ୍ରବଳ ବର୍ଷା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହି କଲେଜ ରୋଡ ଓ ଲେବୁଲ କ୍ରିଯା ପାଖରେ ଗଛ ଭାଙ୍ଗି ରୋଡ ଉପରେ ପଡିଥିବା ବେଳେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପବନର ବେଗ ଏତେ ଥିଲା ଯେ ମେଡିକାଲ ସାଇଡ ର ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ଯୋଗୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି।କିଛି ଅସ୍ଥାୟୀ ଦୋକାନର ପଲିଥିନ ଛାମୁଡିଆ ପଡିଯାଇଛି।ପରିସ୍ଥିତି ସ୍ବଭାବିକ ହେବା ପାଇଁ ବିଦ୍ୟୁତ୍ ବିଭାଗ କର୍ମଚାରୀ ଓ କିଛି ସ୍ବଛାସେବୀ ରାସ୍ତାରୁ ଗଛ ହଟାଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published.