Sunday , March 26 2023
Breaking News
Home / ତାଜା ଖବର / Breaking News : ସିଆରପିଏଫର  କୁମ୍ବିଂ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ: ପଚରା ଉଚରା ଜାରୀ

Breaking News : ସିଆରପିଏଫର  କୁମ୍ବିଂ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ: ପଚରା ଉଚରା ଜାରୀ

ବାଲିଗୁଡା,୧୯/୩/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ  ବାଟାଲିୟନ ଯବାନ ଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛି । ୪ଟିଦେଶୀ ବନ୍ଧୁକ,୩ ଟି ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି, ଓ ୨ଟି ମୋବାଇଲ ଫୋନ ଜବତ ହୋଇଥିବା ସୂଚନା ମିଳିଛି । ସିଆରପିଏଫ ସୂଚନା ଅନୁଯାୟି କୋଟଗଡ ସିଆରପିଏଫ ଯବାନ ମାନେ  ନିଜର ଦୈନିକ ରୁଟିନ ଅନୁଯାଇ ମାଦାଗୁଡା ପଂଚାୟତ ର ଜରିଘାଟି ଗାଁ ନିକଟରେ କୁମ୍ବିଙ୍ଗ କରିବା ବେଳେ ସନ୍ଦେହଜନକ ଅବସ୍ଥାରେ ବନ୍ଧୁକ ସହ କିଛି ଲୋକ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ । ଫଳରେ ସିଆରପିଏଫ ସେମାନଙ୍କୁ କାବୁ କରିବା ସହ ବହୁ ସାମଗ୍ରୀ ଜବତ କରାଯାଇଛି । ୧୧ ଜଣ ସନ୍ଧିଗ୍ଧ ବ୍ୟକ୍ତି ଙ୍କୁ ଅଟକ ରଖାଯାଇଚି । ଏହି ୧୧ଜଣ ବ୍ୟକ୍ତି ମାନେ କିଏ ଓ କଣ ପାଇଁ ସେମାନେ ଏତେ ଗୁଡିଏ ସାମଗ୍ରୀ ପାଖରେ କାହିଁକି ରଖିଥିଲେ ? ସେମାନଙ୍କ ସହ ସେମିତି କିଛି ମାଓ ଗତିବିଧି ଲିଙ୍କ ରହିଛି କି ତାର ସମ୍ପୂର୍ଣ୍ଣ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।

Leave a Reply

Your email address will not be published.