ନିରାକାରପୁର, ୧୯/୦୩/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାର ରାତ୍ର ଜଗୁଆଳ ଜୟ ବାହାଦୁର ର ଉପସ୍ଥିତ ବୁଦ୍ଧି ଓ ସାହାସ ଯୋଗୁ ନିରାକାରପୁର ବଜାରରେ ଥିବ କାନାରା ଏଟିଏମ୍ ଓ ଅନ୍ୟ ଏକ ଏଟିଏମ୍ ଲୁଟ ରୁ ରକ୍ଷା କରିପାରିଥିଲେ। ପ୍ରକାଶ ଥାଉକି ଗତ ୪ ତାରିଖରେ କିଛି ଦୂର୍ବୁତ ଏକ ଧଳା କାରରେ ବିଳମ୍ବିତ ରାତିରେ ଆସି ପ୍ରଥମେ ଗେଟ ବଜାର ସ୍ଥିତ କାନାରା ଏଟିଏମ୍ ଲୁଟ କରିବା ପାଇଁ ଉଦ୍ୟମ କରୁଥିବାବେଳେ ରାତ୍ର ଜଗୁଆଳ ଜୟ ବାହାଦୁର ନିଜର ସାହସିକତା ଦେଖାଇ ଲୁଟେରା ମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲୁଟେରା ମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ସତ କିନ୍ତୁ ଟଙ୍କା ଲୁଟ କରିବାରେ ବିଫଳ ହୋଇଥିଲେ। ତେଣୁ ତାଙ୍କର ଏହି ସାହସିକତା ପାଇଁ ନିରାକାରପୁର ” ସହଯୋଗ ” ଅନୁଷ୍ଠାନ ତରଫରୁ ଆଜି ତାଙ୍କୁ ଉତ୍ତରୀୟ ସହିତ ନଗଦ ଅର୍ଥ ରେ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ସମେତ ସମସ୍ତ ସଭ୍ୟ, ସଭ୍ୟା ସହଯୋଗ କରିଥିଲେ।