ଭୁବନ ୧୯/୦୩/୨୦୨୩ (ଓଡ଼ିଶା ସମାଚାର)- ଓଡିଶା ଷ୍ଟେଟ କୋଅପରେଟିଭ ମାର୍କେଟିଙ୍ଗ ଫେଡେରେସନ ଲିମିଟେଡ (ମାର୍କଫେଡ) ର ସଭାପତି ଭାବେ ଶ୍ରୀମତୀ କବିତା ମଂଜରୀ ପରିଡା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ନୂତନ ସଭାପତି ଶ୍ରୀମତୀ ପରିଡା ଙ୍କୁ ୧୮ ନମ୍ବର ଜୋନ ନିର୍ଦ୍ଧଶକ ଅଭିମନ୍ୟୁ ବେହେରା ହାର୍ଦ୍ଧିକ ଅଭିନନ୍ଦନ ଓ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶରେ ଶ୍ରୀମତୀ ପରିଡା ଙ୍କୁ ସମସ୍ତ ୨୧ ଜଣ ନିର୍ଦ୍ଧେଶକ ସମର୍ଥନ ଜଣାଇଥିଲେ ।
ପର୍ଯ୍ୟବେକ୍ଷକ ଭାବେ ବିଜୟ କୁମାର ନାୟକ ,ବାଙ୍କି ବିଧାୟକ ଦେବୀ ରଂଜନ ତ୍ରିପାଠୀ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲା ଅନ୍ତର୍ଗତ ୨୦ ନମ୍ବର ଜୋନ ନିର୍ଦ୍ଧେଶକ ଲଳିତ କୁମାର ସାହୁ , ପ୍ରତାପ ଚନ୍ଦ୍ର ମଲ୍ଲିକ ମଧ୍ୟ ଉପସ୍ଥିତ ରହିଥିଲେ ।