ଲକ୍ଷ୍ମୀପୁର ୧୯/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲାରେ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିଛି।ଗୁରୁବାର ଠାରୁ ଚାରି ଦିନ ହେଲାଣି ଜିଲ୍ଲାରେ ବର୍ଷାର ଉତପାତ ବଢି ଜାଇଛି।ଅପରାହ୍ନ ଦୁଇଟା ହୋଇ ଗଲେ ବର୍ଷା ଆରମ୍ଭ ହେଇ ଜାଉଛି।ଖାଲି ବର୍ଷା ନୁହଁ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ସହ ପବନ ଅଧିକ ହେଉଚି।ଘଡ ଘଡି ଶବ୍ଦରେ ପୁରା ମାଟି ଥରୁଛି।ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହେଉଚି।ଘଡ ଘଡି ସବ୍ଦ କୁ ନେଇ ଲୋକେ ପୁରା ଭୟଭିତ ହେଇ ପଡୁଛନ୍ତି।ସବୁଠୁ ଅଧିକ ବିଜୁଳିର ଲୁଚକାଳି ଖେଳ ପାଇଁ ବଡ ସମସ୍ୟା ଉପୁଜୁଛି।ଗୁରୁବାର ଠାରୁ ଚାରି ଦିନ ହେଲାଣି ଜିଲ୍ଲାରେ ବର୍ଷାର ଉତପାତ ବଢି ଜାଇଛି।ଅପରାହ୍ନ ଦୁଇଟା ହୋଇ ଗଲେ ବର୍ଷା ଆରମ୍ଭ ହେଇ ଜାଉଛି।ଖାଲି ବର୍ଷା ନୁହଁ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ସହ ପବନ ଅଧିକ ହେଉଚି।ଘଡ ଘଡି ଶବ୍ଦରେ ପୁରା ମାଟି ଥରୁଛି।ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହେଉଚି।ଘଡ ଘଡି ସବ୍ଦ କୁ ନେଇ ଲୋକେ ପୁରା ଭୟଭିତ ହେଇ ପଡୁଛନ୍ତି।ସବୁଠୁ ଅଧିକ ବିଜୁଳିର ଲୁଚକାଳି ଖେଳ ପାଇଁ ବଡ ସମସ୍ୟା ଉପୁଜୁଛି।ପିଲାଙ୍କ ପାଠ ପଢାରେ ମଧ୍ୟ ସମସ୍ୟା ହେଉଚି।ବର୍ତମାନ ପ୍ରଥମରୁ ଦସମ ଜାଏଁ ପ୍ରତ୍ୟେକ ଶ୍ରେଣିର ପରିକ୍ଷା ଚାଲିଥିବା ବେଳେ ବିଜୁଳି ଫେଲକୁ ନେଇ ଅଭିଭାବକ ମାନେ ଚିନ୍ତାରେ ପଡିଛନ୍ତି।
କେତେକ ସ୍ଥାନରେ ବଡ ବଡ ଗଛ ଡାଳ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି।ଏ ନେଇ କୌଣସି କ୍ଷୟ କ୍ଷତିର ସୁଚନା ମିଳି ନଥିଲେ ମଧ୍ୟ ଏଇ ବର୍ଷା ପାଇଁ ନାହିଁ ନଥିବା ସମସ୍ୟା ଦେଖା ଦେଇଛି।ବର୍ତମାନ ସୁଧା ଜିଲ୍ଲାରେ ସମୁଦାୟ ୮୫୮.୪ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ଜଣାପଡିଛି। ଗତକାଲି ରାତ୍ରୀରେ କୋରାପୁଟ ସହରର ଅରଡି ବିଭାଗ କାର୍ୟ୍ୟାଳୟ ପରିସରରେ ଏକ ବଡ ଗଛ ଉପୁଡି ପଡିଛି।ଏଥି ସହ ପଟ୍ଟାଙ୍ଗୀ ବ୍ଲକର ଚନ୍ଦକା ପଞ୍ଚାୟତ ଅନ୍ତର୍ଗତ ଖରଡବା ଗ୍ରାମର ୪ ଜଣ ବ୍ୟକ୍ତିଙ୍କ ଘର ଛପର ଉଡି ଯାଇଥିବା ବେଳେ ଖାଦ୍ୟ ଓ ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଜିଲ୍ଲା ପରିଷଦ ସଭ୍ୟ ଲଇଚନ ଖରା ଓ ତହସିଲଦାର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଜିଲ୍ଲାରେ ଥିବା ଅନ୍ୟ ବ୍ଲକର କ୍ଷୟକ୍ଷତି ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ପହଁଚି ନଥିବାରୁ କୌଣସି ତଥ୍ୟ ହସ୍ତଗତ ହୋଇପାରିନି।