ବଜାର କୁ ଆସିଲା ଡୁପ୍ଲିକେଟ୍ (ନକଲି) ଘା !
ହଜାର ହଜାର ଲୋକଙ୍କ ଆଖିରେ ଧୂଳି ଦେଇ ଯୁବକ ର ରୋଜଗାର….
ଲକ୍ଷ୍ମୀପୁର ୧୯/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ ଜେନା)- ଆପଣ ମାନେ ଦେଖିଥିବେ ଓଡିଆ ମାନଙ୍କ ହୃଦୟ ସବୁବେଳେ ସଫା। କିଛି ଦୁଃଖଦ ଘଟଣା ଦେଖି ଦେଲେ ସେମାନଙ୍କ ହୃଦୟ ତରଳି ଯାଏ।ଖାସ କରି ପ୍ରତ୍ୟେକ ମନ୍ଦିର ନିକଟରେ କିମ୍ବା ଯାତ୍ରା ମେଳାରେ ଭିକ ମାଗିବାର ଦୃଶ୍ୟ ସମସ୍ତେ ଦେଖିଥିବେ । ହେଲେ ସେଠାରେ ଓଡିଆ ଜାତି ପୁରା ଦୟାର ପାତ୍ର ବନି ଯାଆନ୍ତି।କୌଣସି ଭିକ ମାଗୁଥିବା ଲୋକଙ୍କୁ ଦେଖିଲେ ପାଟିରୁ ଓହୋ ବୋଲି ଶବ୍ଦ ବାହାର କରି ଯାହାର ଜେତିକି ସମ୍ବଳ ଦେଖିକି ଦେଇ ପକାନ୍ତି। କିନ୍ତୁ କେବେବି କେହି ଜାଣିବାକୁ ଚେଷ୍ଟା କରନ୍ତି ନାହିଁ ପ୍ରକୃତରେ ସିଏ ଭିକାରୀ ନା ଭିକାରୀ ବେଶରେ ଅନ୍ୟ କିଛି।ଏଇଭଳି ଏକ ଦୃଶ୍ୟ ଆମର ସାମ୍ନାକୁ ଆସିଛି। ଜଣେ ଯୁବକ ହାତ ଓ ଗୋଡରେ ଘାଆ ହୋଇଥିବା ଭଳି ନିଜକୁ ଭିକାରୀ ବେଶରେ ସଜାଇ ଭିକ ମାଗୁଥିବା ଆଲୋଚ୍ୟ ବିଷୟ ପାଲଟିଛି। ଖବର ଅନୁଯାୟୀ ଦକ୍ଷିଣ ଓଡିଶାର ପ୍ରସିଦ୍ଧି ଲାଭ କରିଥିବା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ନିଲାବାଡି ଯାତ୍ରା ଠାରେ ଏକ ନକଲି ଭିକାରୀ ଭିକ ମାଗୁଥିବା ସାମ୍ନାକୁ ଆସିଛି। ରାସ୍ତା କଡରେ ଶୋଇ ରହି ନିଜର ଦୁଇଟି ହାତ ଓ ଗୋଡକୁ ବଡ ଧରଣର ଘାଆ ହୋଇଥିବା ଦେଖାଇ ଭିକ ମାଗୁଥିଲା ବେଳେ ସର୍ବ ସାଧାରଣ ସମୁଖକୁ ତାର ଅସଲି ଚେହେରା ଆସିଛି।
ଉକ୍ତ ଯୁବକ ଜଣେ ଶାରିରୀକ ସକ୍ଷମ ଥାଇବି ଲକ୍ଷାଧିକ ଭକ୍ତଙ୍କୁ ଭୁଆଁ ବୁଲାଇଛି।ଏହି ଦୃଶ୍ୟ ଜଣେ ଯୁବକଙ୍କ ନଜରକୁ ଆସିଲା ପରେ ଉକ୍ତ ଭିକ୍ଷା ମାଗୁଥିବା ଯୁବକ କେଉଁ ଆଡେ ଚାଲି ଯାଇଥିଲେ ମଧ୍ୟ କିଛି ଲୋକଙ୍କ ମୋବାଇଲରେ ତାର ଫଟ ଏବେବି ଘୁରି ବୁଲୁଛି।ଉକ୍ତ ଯୁବକ ଜଣକ ପ୍ଲାଷ୍ଟିକର ନକଲି ଘାଆ ବନାଇ ହଜାର ହଜାର ଲୋକଙ୍କୁ ଭୁଆଁ ବନେଇ ପଇସା ମାଗୁଥିବା ନଜରକୁ ଆସିବା ପରେ ଯୁବକ ଜଣକ ଛୁ ମାରିଥିଲା।
କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଅଗ୍ନିଗାଙ୍ଗାମା ଙ୍କ ଘଟଯାତ୍ରା ଗତ ସପ୍ତାହରେ ୯ ଦିନ ଧରି ଅନୁଷ୍ଟିତ ହୋଇଥିଲା । ଏହି ଯାତ୍ରାରେ ଆନ୍ଧ୍ୟପ୍ରଦେଶ , ଛତିଶଗଡ ଠାରୁ ଆରମ୍ଭ କରି ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଯାତ୍ରା ଦୋଳ ପୁର୍ଣିମା ସପ୍ତାହରେ ହୁଏ ବୋଲି ପ୍ରାୟ ସମସ୍ତେ ଜାଣିଥିବାରୁ ରାଜ୍ୟ ବାହାରୁ ମଧ୍ୟ ଅନେକ ବ୍ୟବସାୟୀ ଦୁଇ ପଇସା ରୋଜଗାର କରିବାକୁ ଆସନ୍ତି।ଭକ୍ତଙ୍କ ଠାରୁ ଦୁଇ ପଇସା ପାଇବା ଆଶାରେ ଦୁର ଦୁରାନ୍ତରରୁ ଭିକାରୀ ମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରି ଆସି ଦିନରାତି ବସି ରହିଥାନ୍ତି। ଯାହାର ଫାଇଦା କିଛି ଦୁର୍ବୁତ ଉଠାଉ ଥିବା ବେଳେ ଚଳିତ ବର୍ଷ ମା ଅଗ୍ନିଗଙ୍ଗାମାଙ୍କ ଯାତ୍ରାରେ ତାର ପର୍ଦାଫାସ୍ ହୋଇଛି।ଏନେଇ ପନ୍ରଶାସନ ପାଖରେ କିନ୍ତୁ ଏଇଭଳି କିଛି ଖବର ନଥିବା ଦୁଃଖର ବିଷୟ ପାଲଟିଛି।ସାଧାରଣତଃ ଶାରିରୀକ ଭିନ୍ନକ୍ଷମ ବ୍ୟକ୍ତି ଭିକ୍ଷା ବୃତି କରୁଥିବା ବେଳେ ଯାତ୍ରାର ଗହଳି ମଧ୍ୟରେ ହଜାର ହଜାର ଲୋକଙ୍କ ଆଖିରେ ଧୂଳିଦେଇ ଜଣେ ଯୁବକ ଏକ ଅଭିନୟ ଉପାୟରେ ଭିକ୍ଷା ମାଗୁଥିବାର ଦୃଶ୍ୟ ଏବେ ସବୁ ମହଲରେ ଆଲୋଚ୍ୟର ବିଷୟ ପାଲଟିଛି।