Tuesday , March 28 2023
Breaking News
Home / ବିଶେଷ / ଯାଜପୁର ଜିଲା ସଦର ମହକୁମାରେ ୮୮ ତମ ଉତ୍କଳ ଦିବସ-୨୦୨୩ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର ଜିଲା ସଦର ମହକୁମାରେ ୮୮ ତମ ଉତ୍କଳ ଦିବସ-୨୦୨୩ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,୧୮/୦୩/୨୦୨୩ (ଓଡ଼ିଶା ସମାଚାର)-ଯାଜପୁର ଜିଲା ସଦର ମହକୁମାରେ ୮୮ ତମ ଉତ୍କଳ ଦିବସ-୨୦୨୩ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ଜିଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୪ ଘଟିକା ସମୟରେ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଊକ୍ତ ବୈଠକରେ ଜିଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଯେନା, ଉପସଭାପତି, ଜିଲା ପରିଷଦ ଶ୍ରୀ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ଅଶୋକ କୁମାର ବେଉରିଆ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ସରୋଜ କୁମାର ଉପାଧ୍ୟାୟ, ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପ୍ରମୁଖ ଉଚ୍ଚ ସ୍ତରୀୟ ଜନ ପ୍ରତିନିଧି ଏବଂ ଅଧିକାରୀ ବୃନ୍ଦ ଉତ୍କଳ ଦିବସକୁ ଓଡିଶାର ଗର୍ବ ଓ ଗୌରବ ଭାବେ ପାଳନ କରିବା ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ମାନନୀୟା ସଭାପତି, ଜିଲା ପରିଷଦ ଶ୍ରୀମତୀ ଯେନା, ଉପସଭାପତି ମାନନୀୟ ଶ୍ରୀଯୁକ୍ତ ବରାଳ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ହୋତା ସେମାନଙ୍କ ବକ୍ତବ୍ୟରେ ଜିଲା ପରିଷଦ ସଭ୍ୟ, ସଭ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ଏବଂ ପୌର ପରିଷଦ ସଭ୍ୟ ସଭ୍ୟା ମାନଙ୍କୁ ଉତ୍ସବରେ ସାମିଲ କରିବା ଦିଗରେ ଆଲୋକପାତ କରିଥିଲେ । ସେହିପରି ଅତିରିକ୍ତ ଜିଲାପାଳ (ରାଜସ୍ୱ) ଡଃ ମହାନ୍ତ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଶ୍ରୀ ବେଉରିଆ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଗୁଡିକୁ ସ୍ୱଚ୍ଚ୍ଥ ଓ ଉତ୍ତରଦାୟୀ ଭାବେ ପରିଚାଳନା କରିବାକୁ ଜିଲ୍ଳ୍ା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ବିଗତ ବର୍ଷ ମାନଙ୍କ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିମନ୍ତେ ବିବରଣୀ ପାଠ କରିବା ସହ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବକୁ ଏକତ୍ରିତ ପାଳନ ନିମନ୍ତେ ସୂଚନା ପ୍ରଦାନ କରିଥିଲେ । ବୈଠକର ସିଦ୍ଧାନ୍ତମତେ ଉତ୍କଳ ଦିବସ ଦିନ ପ୍ରତୁ୍ୟଷରୁ ସହରରେ ବନ୍ଦେ ଉତ୍କଳ ଜନନୀ ବନ୍ଦନା ପ୍ରଚାର କରାଯିବ, ସକାଳେ ଯାଜପୁର ପୌରାଂଚଳ ବିଦ୍ୟାଳୟର ଛତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉତ୍କଳର ବରପୁତ୍ର ମାନଙ୍କ ଜୟଗାନ ପୂର୍ବକ ପ୍ରଭାତପେଂରୀରେ ନିଜ ନିଜ ଅଂଚଳ ପରିକ୍ରମା କରିବେ । ସେହିପରି ଗାନ୍ଧି ଛକ ସ୍ଥିତ ମହାତ୍ମା ଗାନ୍ଧୀ, ସଂସ୍କୃତି ଭବନ ଓ ଜିଲା ସ୍କୁଲ ପରିସରରେ ଥିବା ଉତ୍କଳର ବରପୁତ୍ର, ଜାତୀୟ ବରପୁତ୍ର ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଘ.୭.୩୦ ମିନିଟ୍ ସମୟରେ ମାଲ୍ୟାର୍ପଣ କରାଯିବ । ପରେ ଜେଲ ୍ର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ, ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ପଂଳ ବଂଟନ, ଉତ୍କଳ ବାଳାଶ୍ରମ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ କରାଯିବ । ସଂଧ୍ୟା କାର୍ଯ୍ୟକ୍ରମରେ ୫ ଘଟିକା ସମୟରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ସାଧାରଣ ସଭା, ପୁରସ୍କାର ବିତରଣ ଉତ୍ସବ ଓ ସତ୍ସ୍ୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଜିଲା କାର୍ଯ୍ୟାଳୟ, ଗୌତମବୁଦ୍ଧ ସଂସ୍କୃତି ଭବନ, ଜିଲା ପରିଷଦ କାର୍ଯ୍ୟାଳୟ, ପୌର ପରିଷଦ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟ, ଜିଲା ଉପ-କାରାଗାର, ଜିଲା ସ୍କୁଲ, ଉତ୍କଳ ବାଳାଶ୍ରମ, ମୁଖ୍ୟ ଡାକ କାର୍ଯ୍ୟାଳୟ(ଜିପିଓ),ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଆଦି ସଦର ମହକୁମାରେ ଥିବା ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ନିଜସ୍ୱ ଖର୍ଚ୍ଚରେ ଆଲୋକମାଳାରେ ସୁସଜ୍ଜିତ କରିବେ । ଜିଲାର ଏକ ଜଣ ଅଗ୍ରଣୀ ଧାନ ଚାଷୀଙ୍କୁ ଜଗନ୍ନାଥ ମଲ୍ଳ୍ିକ କୃଷକ ସମ୍ମାନରେ ସମ୍ମାନିତ କରାଯିବାକୁ ବୈଠକରେ ନିଷ୍ପତିି ନିଆଯାଇଥିଲା ।
ସାନ୍ଧ୍ୟ କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରପଂରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରାଥମିକ, ମଧ୍ୟ ଇଂରାଜୀ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଶା ପ୍ରିତୀମୂଳକ ଦେଶାତ୍ମବୋଧ ବକ୍ତୃତା, ସଂଗୀତ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବୈଠକର ଅଧ୍ୟକ୍ଷ ଶ୍ରୀ ନାୟକ ଉତ୍କଳ ଦିବସକୁ ସରସ ସୁନ୍ଦର ଓ ଆନନ୍ଦ ଊଲ୍ଳାସରସହ ଭାତୃତ୍ୱ ବନ୍ଧନରେ ବାନ୍ଧିହୋଇ ପାଳନ କରିବା ନିମିତ ସମସ୍ତ ଅଧିକାରୀ, ଜନପ୍ରତିନିଧି, ବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ମକର୍ତା ଏବଂ ଜନସାଧାରଣ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀ କୃତିବାସ ବାରିକ,ସଭାପତି, ଜିଲା ଉପଭୋକ୍ତା ସମିତି, ଯାଜପୁର ଶ୍ରୀ ଦିଗମ୍ୱର କର, ଜିଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ ଶ୍ରୀ ଶାରଦା ପ୍ରସାଦ ଜେନା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଂଜନ କର, ଜିଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମଂଜୁଲତା ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ଥିବାବେଳେ ଜିଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ବୈଠକରେ ସହଯୋଗ କରିଥିଲେ ।

Leave a Reply

Your email address will not be published.