Tuesday , March 28 2023
Breaking News
Home / ଶିକ୍ଷା / ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ, ପାଞ୍ଚ ଆହତ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ, ପାଞ୍ଚ ଆହତ

କଟକ ସଦର,୧୮/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କିଶନନଗର ଥାନା ଅନ୍ତର୍ଗତ ଇଶାଣିଵ୍ରହ୍ମପୁର ଚନ୍ଦ୍ରଶେଖର ହାଇସ୍କୁଲରେ ଆଜି ଶନିବାର ମାଟ୍ରିକ ପରୀକ୍ଷା ଦେଇ ଫେରିବା ବାଟରେ ପ୍ରହରାଜପୁର ହାଇସ୍କୁଲ ଓ କିଶନନଗର ଚିନ୍ତାମଣି ବିଦ୍ୟାପୀଠର ପରୀକ୍ଷାର୍ଥୀଙ୍କ ମଧ୍ୟରେ କୈ।ଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏଥିରେ ପ୍ରହରାଜପୁର ସ୍କୁଲର ସେକ୍ ଆସଫାକ୍,ଗୋଲାମ ସବିର, ମହମ୍ମଦ ମୋଜାକିର ଆୟୁଵ୍, ମହମ୍ମଦ ଜିଲାନି,ଗୋଲାମ ଜାହିଦ ପ୍ରମୁଖ ୫ ଜଣ ପରୀକ୍ଷାର୍ଥୀ ଆହତ ହୋଇଥିବା ଜଣାପଡିଛି। ଏଥିପାଇଁ ଉତ୍ୟକ୍ତ ଲୋକମାନେ ଗଣ୍ଡଗୋଳକାରୀ ଛାତ୍ର ଓ ଅଣଛାତ୍ର ମାନଙ୍କୁ ଧରି ଅଟକ ରଖିଥିଲେ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରି ତିନି ଘଣ୍ଟାରୁ ଉର୍ଦ୍ଧ୍ବ ହେବ ଅଟକ ଥିବା ଛାତ୍ର ମାନଙ୍କୁ ଉଦ୍ଧାର କରି ଆହତମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଉକ୍ତ ସମ୍ବେଦନଶୀଳ ଘଟଣାକୁ ପୋଲିସ, ସ୍କୁଲ କର୍ତୃପକ୍ଷ ଓ ଅଭିଭାବକମାନେ ଆସନ୍ତା ସୋମବାର ପରୀକ୍ଷା ପୂର୍ବରୁ ସମାଧାନ ନକଲେ ପରିସ୍ଥିତି ଅଣାୟତ୍ତ ହେଵା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି  ।

Leave a Reply

Your email address will not be published.