Tuesday , March 28 2023
Breaking News
Home / ବିଶେଷ / ବ୍ଲକ ସ୍ତରୀୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ତାଲିମ ଶିବିର

ବ୍ଲକ ସ୍ତରୀୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ତାଲିମ ଶିବିର

କେନ୍ଦ୍ରାପଡ଼ା ୧୮/୦୩/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ଡେରାବିଶ୍ ବ୍ଲକ କାର୍ଯ୍ୟାଳୟରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲା ପ୍ରଶାସନ, କେନ୍ଦ୍ରାପଡାଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୧୯ଜଣ ଆଶାୟୀ ଯୁବକ ଯୁବତୀ ଏବଂ ୧୨ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ୧୬୯ଜଣ ଆଶାୟୀ ଯୁବକ ଯୁବତୀ ତାଲିମ ନିମନ୍ତେ ମନୋନୀତ ହୋଇଥିଲେ, ୩୯ଜଣ ଛାତ୍ରୀ ସରକାରୀ ଆଇ.ଟି.ଆଇ ପଟ୍ଟାମୁଣ୍ଡାଇ ଏବଂ ୧୧ଜଣ ଯୁବତୀ ସରକାରୀ ପଲିଟେକନିକ୍ ,ଛତାରେ ନାମ ପଞ୍ଜିକରଣ ନିମନ୍ତେ ଇଚ୍ଛା ପ୍ରକାଶ କରିଥିଲେ । ଏହି ସଭାକୁ ବ୍ଲକ ଅଧ୍ୟକ୍ଷା ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବି.ଡି.ଓ, ସି.ଡି.ପି.ଓ ଓ ଅନ୍ୟାନ୍ୟ ପି.ଆର.ଆଇ ମେମ୍ବରମାନେ ଯୋଗ ଦେଇଥିଲେ । ଏହି ଶିବିରକୁ ବ୍ଲକର କର୍ମଚାରୀ ଏବଂ ଜିଲା ନିୟୋଜନ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published.