Tuesday , March 28 2023
Breaking News
Home / ରାଜନୀତି / ବିଜେଡି କଟକ ନଗର କମିଟି ଓ କଟକ ଜିଲ୍ଲା କମିଟି ପୁନର୍ଗଠିତ

ବିଜେଡି କଟକ ନଗର କମିଟି ଓ କଟକ ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର, ୧୭/୦୩/୨୦୨୩ (ଓଡ଼ିଶା ସମାଚାର)- ବିଜେଡି କଟକ ନଗର କମିଟି ଓ କଟକ ଜିଲ୍ଲା କମିଟି ପୁନର୍ଗଠିତ ହୋଇଛି । ମଧୁସୂଦନ ସାହୁ ବିଜେଡି କଟକ ନଗର କମିଟି ସଭାପତି ହୋଇଛନ୍ତି । ଇଞ୍ଜିନୟର ସୁବ୍ରତ ଘଡାଇ ଓ ସୂର୍ୟ୍ୟସାରଥି ବେହେରା କାର୍ୟ୍ୟକାରୀ ସଭାପତି ହୋଇଛନ୍ତି । ୧୫ ଜଣ ଉପ ସଭାପତି, ୨ ଜଣ ସାଧାରଣ ସମ୍ପାଦକ, ୩୫ ଜଣ ସମ୍ପାଦକ ନିଯୁକ୍ତ ହୋଇଛି । ଚିରଞ୍ଜୀବ ପ୍ରଧାନ ବିଜେଡି କଟକ ନଗର କମିଟି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।
ସେହିପରି ବିଜେଡି କଟକ ଜିଲ୍ଲା କମିଟି ପୁନର୍ଗଠିତ ହୋଇଛି । ଦେବାଶିଷ ସାମନ୍ତରାୟ ପୁନର୍ବାର କଟକ ଜିଲ୍ଲା ବିଜେଡି ସଭାପତି ନିଯୁକ୍ତ ହୋଇଛନ୍ତି । ୩୪ ଉପସଭାପତି ଓ ୩୦ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦିଆଯାଇଛି । ନରେନ୍ଦ୍ର ବାରିକ କଟକ ଜିଲ୍ଲା କମିଟି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ୩୭ ଜଣ ସମ୍ପାଦକ ଓ ୮ ଜଣ ଯୁଗ୍ମ ସମ୍ପାଦକଙ୍କୁ ଜିଲ୍ଲା କମିଟି ଦାୟିତ୍ୱ ଦିଆଯାଇଛି । ବିଜେଡି ସାଧାରଣ ସମ୍ପାଦକ ମାନସ ମ ଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.