ଗରଦପୁର, ୧୭/୦୩/୨୦୨୩ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ପାଟକୁରା ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗରଦପୁର ବ୍ଲକ୍ କଳାବୁଦା ପଂଚାୟତସ୍ଥିତ ମହାଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇ ଯାଇଛି । ବିଜେଡ଼ି ଯୁବ ନେତା ରଶ୍ମିରଂଜନ ପ୍ରଧାନ ଙ୍କ ସଂଯୋଜନାରେ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ନେଇ ମା କୁ ସମ୍ମାନ ଗାଁ କୁ କାମ ନାରା ଦେବା ସହ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉପାଦେ ଆଗକୁ ଯାଇ ସ୍ୱୟଂ ସହାୟିକା ଗୋଷ୍ଠି ଗଠନ କରି ଆର୍ଥିକ ସ୍ୱାବଲମ୍ବି କରିବା ସହ ବିଭିନ୍ନ କ୍ଷେତ୍ରରେ ଚାକିରୀ ଦେଇ ସ୍ୱାବଲମ୍ବି କରିବା ଓ ରାଜନ÷ତିକ କ୍ଷେତ୍ରରୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ କରି ସୁନାମ ଅର୍ଜନ କରିଛନ୍ତି ବୋଲି କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଂଜଳି ସେଠୀ, ଜିଲା ମହିଳା ବିଜେଡ଼ି ସଭାପତି ରୋଶ୍ନା ସାହୁ, ଡ଼େରାବିଶ ବ୍ଲକ୍ ମହିଳା ବିଜେଡ଼ି ସଭାପତି ତୃପ୍ତିମୟୀ କର , କଳାବୁଦା ପଂଚାୟତ ସରପଂଚ ପ୍ରଜ୍ଞା ପରମିତା ଦାସ,ସମିତି ସଭ୍ୟା ମହେଶ୍ୱତା ସାମଲ, ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ପ୍ରମୋଦ କୁମାର ରଥ, ଡ଼େରାବିଶ ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ଆଚାର୍ଯ୍ୟ , ଗରଦପୁର ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ପରିଡ଼ା, ଜିଲା ପରିଷଦ ସଭ୍ୟା ଏଲିଜା ସ୍ୱାଇଁ , ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ମହିଳା ସଦସ୍ୟା ମଂଜୁଲତା ଜେନା ପ୍ରମୁଖ ମହିଳା ସଶକ୍ତି କରଣ , ସମ୍ମାନତା ଓ ସମ୍ମାନ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପବିତ୍ର ପାଣି ଓ ଦୀପକ ମହାପାତ୍ର ପରିଚାଳନା କରିଥିବାବେଳେ ଏଥିରେ ବିଭିନ୍ନ ପଂଚାୟତର ସରପଂଚ ଓ ସମିତି ସଭ୍ୟ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟମାନେ ଯୋଗ ଦେଇଥିଲେ ।