Tuesday , March 28 2023
Breaking News
Home / ତାଜା ଖବର / ଚାଞ୍ଚଲ୍ୟ  : ଦୁଇ ବର୍ଷର ଶିଶୁ କନ୍ୟାକୁ ମାରି ମାର ଆତ୍ମ ହତ୍ୟା

ଚାଞ୍ଚଲ୍ୟ  : ଦୁଇ ବର୍ଷର ଶିଶୁ କନ୍ୟାକୁ ମାରି ମାର ଆତ୍ମ ହତ୍ୟା

ଲକ୍ଷ୍ମୀପୁର, ୧୬/୦୩/୨୦୨୩ (ଓଡିଶା ସମାଚାର)- କୋରାପୁଟ ଜିଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଗାଁ ରେ ୨ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ମାର ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣା ସ୍ଥଳରେ କାକିରିଗୁମା ଓ ଲକ୍ଷ୍ମୀପୁର ପୋଲିସ ପହଁଚି ତଦନ୍ତ କରିଛି। ପରେ ସାଇଣ୍ଟିଫିକ୍ ଟିମ ଆସିବା ପରେ ମାଜିଷ୍ଟେଟ୍ ଦାଇତ୍ଵରେ ଲକ୍ଷ୍ମୀପୁର ତହସିଲଦାର୍ ତପନ କୁମାର ନାୟକଙ୍କ ଉପସ୍ଥିତିରେ ଦୁଇ  ମୃତ ଦେହ ଉଧାର କରି ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ମୃତକ ଦୁହେଁ ହେଲେ ଲଛମଣି ଗ୍ରାମର ଦିନେସ ସାଉଁନ୍ତା ଙ୍କ ପତ୍ନୀ ପଦ୍ମା ସାଉଁନ୍ତା ଓ ତାଙ୍କ ୨ବର୍ଷ ର ଝିଅ ମେରି ସାଉଁନ୍ତା। ମୃତ୍ୟୁର କାରଣ ଜଣା ପଡି ନଥିଲେ ମଧ୍ୟ ପାରିବାରିକ କଳହ କୁ ନେଇ ଘଟଣା ଘଟିଥିବା ଆଲୋଚନା ହେଉଛି। ଖବରରୁ ପ୍ରକାଶ ଦିନେସ ଆଜି ସକାଳେ କୌଣସି କାମରେ କାକିରିଗୁମା ଯାଇ ଦଶଟା ବେଳେ ଘରକୁ ଫେରିଥିଲେ।ଘର ଭିତର କବାଟ ବନ୍ଦ ଥିବା ଦେଖି ଏକ ସାବଳରେ ତାଡି ଭିତରେ ପସିଥିଲେ। ମା ଓ ଝିଅ ଦୁଇଜଣ ବେକରେ ଶାଢୀ ଲଗେଇ ଝୁଲିଥିବା ଦେଖି ସଙ୍ଗେ ସଂଗେ ଶାଢୀ କୁ କାଟି ଦୁଇଜଣଙ୍କୁ ଓହ୍ଲାଇ ଥିଲେ । ହେଲେ ସେତେବେଳକୁ ଦୁଇଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ପରେ ଦିନେସ୍ କାକିରିଗୁମା ଥାନାକୁ ଜଣାଇଥିଲେ। ଖବର ପାଇ କାକିରିଗୁମା ଥାନା ଆଇଆଇସି ଦାମୋଦର ବିହାରୀ,ଲକ୍ଷ୍ମୀପୁର ଥାନା ଆଇଆଇସି ଶ୍ଵେତ ପଦ୍ମା ସେଠ୍ ଘଟଣା ସ୍ଥଳରେ ପହଁଚିଥିଲେ।ଘଟଣା ସ୍ଥଳରେ ପରିବାର ଲୋକଙ୍କ ଭିଡ ଜମିଥିଲା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରକାଶ ଥାଉକି ଗତ ମାସ ୧୨ ତାରିଖ ରାତିରେ ସ୍ଥାନୀୟ ବ୍ଲକ ତୟାପୁଟ ଗ୍ରାମରେ ମଧ୍ୟ ଏହିଭଳି ଏକ ଘଟଣା ଘଟିଥିଲା।ନିଜ ସ୍ତ୍ରୀ ଓ ଦୁଇ ବର୍ଷର ଝିଅକୁ ମାରି ସ୍ଵାମୀର ଆତ୍ମ ହତ୍ୟା ଘଟଣା କଥା ଲୋକଙ୍କ ମନରୁ ନଲିଭୁଣୁ ପୁଣି ସେହି ଭଳି ସମାନ ଘଟଣାକୁ ନେଇ ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Leave a Reply

Your email address will not be published.