Tuesday , March 28 2023
Breaking News
Home / ତାଜା ଖବର / ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ଅଭିଯୁକ୍ତ ସାଙ୍ଗ  ଗିରଫ

ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ଅଭିଯୁକ୍ତ ସାଙ୍ଗ  ଗିରଫ

କଟକ ସଦର, ୧୫/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଏଭଳି ଏକ ଅଭାବନୀୟ ଘଟଣା କଟକ କମିଶନରେଟ୍ ୪୨ ମୈ।ଜା ଥାନା ଅଞ୍ଚଳରେ ଆଜି ବୁଧବାର ଅପରାହ୍ନରେ ଘଟିଥିବା ଖବର ଜଣାପଡିଛି।ପ୍ରକାଶ ଯେ କଟକ ଯୋବ୍ରା ଅଞ୍ଚଳର ସୁଶାନ୍ତ ଜେନା ଓ ଦଧିବାମନପୁର ପଞ୍ଚାୟତ ଵଉଳକୁଦର ଶଙ୍କର ଦେବତା ଅପରାହ୍ନ ୪ ଟାରେ କାଠଯୋଡି ନଦୀ ବନ୍ଧରେ ଏକାଠି ହୋଇ କୈ।ଣସି ବିଷୟରେ ଆଲୋଚନା କରୁଥିଲେ। ଆଲୋଚନା ବଚସା ଆଡ଼କୁ ଯିବା ଫଳରେ ଶଙ୍କର ସୁଶାନ୍ତଙ୍କୁ ଏକ ଶକ୍ତ ଧକ୍କା ଦେଇଥିଲା। ଏଥିରେ ସୁଶାନ୍ତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି।୪୨ ମୈ।ଜା ଥାନା ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ଛାନଭିନ୍ କରୁଥିବା ବେଳେ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଥିବା ଜଣାପଡ଼ିଛି। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ମୃତକଙ୍କ ପରିବାର ପକ୍ଷରୁ ପୋଲିସ୍ ନିକଟରେ ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ ହୋଇପାରି ନଥିବା ଜଣାପଡ଼ିଛି  ।

Leave a Reply

Your email address will not be published.