ଲକ୍ଷ୍ମୀପୁର, ୧୫/୦୩/୨୦୨୩ (ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟ ନାୟକ,ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପଞ୍ଚାନନ ମହାନ୍ତି ଓ ମାନସ କୁମାର ମୁଖାର୍ଜୀଙ୍କ ଜରିଆରେ ଗତ ଦଶ ତାରିଖ ଦିନ ଏକ ତିନି ଦଫା ଦାବି ପତ୍ର ପ୍ରଦାନ କରା ଯାଇଥିଲା।ଛଅ ବର୍ଷ ଧରି ଚାଲିଥିବା ଠିକା ନିଯୁକ୍ତିକୁ ମୂଳ ଚାକିରିରେ ଗଣନା ସହିତ ଠିକା ନିଯୁକ୍ତି ଉଛେଦ,୨୮ ଶହ ଟଙ୍କା ଗ୍ରେଡପେ,ପୁରୁଣା ପେନସନ୍ ଲାଗୁ କରା ନଗଲେ ୧୫ ତାରିଖ ଦିନ ବିଧାନ ସଭା ଘେରାଉ କରାଯିବ ବୋଲି ସଂଘ ଚେତାବନୀ ଦେଇଥିଲା।ବର୍ତମାନ ସୁଧା ରାଜ୍ୟ ସରକାର କୌଣସି ଦାବି ଉପରେ ଧ୍ୟାନ ନଦେବାରୁ ରାଜ୍ୟ ସଂଘ ଡାକରାରେ ଲକ୍ଷ୍ମୀପୁର ବ୍ଲକର ଦେଢଶହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବସ ଓ ଟ୍ରେନରେ ଭୁବନେଶ୍ଵର ଅଭୁମୁଖେ ଯାତ୍ରା କରିଛନ୍ତି।ବୁଧବାର ଦିନ ବିଧାନ ସଭା ଆଗରେ ଶିକ୍ଷକ ସଂଘର ଗର୍ଜନ ଶୁଭିବ।ହେଲେ ବର୍ତମାନ ଏଇ ଘେରାଉ ପରେ ରାଜ୍ୟ ସରକାର ଦାବି ଉପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।