Tuesday , March 28 2023
Breaking News
Home / ତାଜା ଖବର / ଅସ୍ତରଙ୍ଗ ରେ ଆଉ ଏକ ସନ୍ଦିଗ୍ଧ ପାରା

ଅସ୍ତରଙ୍ଗ ରେ ଆଉ ଏକ ସନ୍ଦିଗ୍ଧ ପାରା

ଅସ୍ତରଙ୍ଗ, ୧୫/୦୩/୨୦୨୩ (ଓଡ଼ିଶା ସମାଚାର)- ଅସ୍ତରଙ୍ଗ ଅଂଚଳରେ ରେ ପୁଣି ଏକ ସନ୍ଦିଗ୍ଧ ପାରା ଦେଖାଯାଇଛି । ଅସ୍ତରଙ୍ଗ ବ୍ଲକ ନାନପୁର ପତିସାହିରେ ଏହି ସନ୍ଦିଗ୍ଧ ପାରା ଦେଖାଯାଇଛି । ପାରା ର ଡ଼େଣାରେ ଅନ୍ୟ ଦେଶର ଭାଷାରେ କିଛି ଲେଖାଯାଇଥିବାବେଳେ ପାରାର ଦୁଇ ଗୋଡ଼ରେ ପିତଳ ମୁଦିଆ ଓ ପ୍ଲାଷ୍ଟିକ ଟ୍ୟାଗ ରହିଛି । ଏହି ପାରାଟି ରୁପେନ୍ ପତିଙ୍କ ଛାତ ଉପରେ ୮ ଦିନ ହେଲା ବସୁଛି । ଏହି ଖବର ପାଇ ଅସ୍ତରଙ୍ଗ ପୋଲିସ ସେଠାରେ ପହଂଚିଛନ୍ତି । ରୁପେନ୍ ଙ୍କ ପୋଷା ପାରା ସହିତ ସେ ପାରାଟି ୮ ଦିନ ହେଲା ରହୁଛି । ପୋଲିସ ସେହି ପାରାକୁ କାବୁ କରିଛି ।

Leave a Reply

Your email address will not be published.